ପୁଣିଥରେ ଫେରିଛି ଶକ୍ତିମାନ, ଦେଖନ୍ତୁ ୧୫ ବର୍ଷ ପରେ କେମିତି ଦିଶୁଛନ୍ତି ଆପଣଙ୍କ ପ୍ରିୟ କଳାକାର

କରୋନା ଭାଇରସ ଯୋଗୁ ଏବେ ସାରା ଭାରତକୁ ଲକଡାଉନ କରିଦିଆଯାଇଛି। ସରକାର ଦେଶକୁ ୨୧ ଦିନ ଯାଏଁ ଲକଡାଉନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁରୁଣା ସିରିୟଲକୁ ପୁନଃପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏବେ ଟିଭିରେ ରାମାୟଣ, ମହାଭାରତ ଓ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ଶକ୍ତିମାନ ପ୍ରସାରିତ ହେଉଛି। ନବେ ଦଶକର ସ୍ମୃତିକୁ ପୁନର୍ଜୀବିତ କରିବା ପାଇଁ ଏବେ ପ୍ରାୟ ଲୋକ ଏସବୁ ଧାରାବାହିକ ଦେଖୁଛନ୍ତି।

Shaktimaan Serial Star Cast

୧୯୯୭ ମସିହାରେ ଆରମ୍ଭ ହୋଇଥିବା ଟିଭିର ସବୁଠାରୁ ଚର୍ଚ୍ଚିତ ସିରିୟଲ ଥିଲା ଶକ୍ତିମାନ। ୨୦୦୫ ମସିହାରେ ଏହା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଥରେ ଏହି ସିରିୟଲ ଛୋଟ ପରଦାରେ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ସିରିୟଲ ସହ ଜଡିତ କେତେ କଳାକାର ଏବେ କେମିତି ଦିଶୁଛନ୍ତି…

ଶକ୍ତିମାନ ଓ ଗଙ୍ଗାଧର:

मुकेश खन्ना

ଶକ୍ତିମାନ ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ମୁକେଶ ଖାନ୍ନା। ସେ ଗଙ୍ଗାଧର ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଏବେ ତାଙ୍କୁ ୬୨ ବର୍ଷ। ଶେଷଥର ପାଇଁ ତାଙ୍କୁ ୨୦୧୬ ମସିହାରେ ବାରିସ ଧାରାବାହିକରେ ଦେଖିବାକୁ ମିଳିଥିଲା।

ଗୀତା ବିଶ୍ୱାସ:

Vaishnavi

ଶକ୍ତିମାନରେ ଗୀତା ବିଶ୍ୱାସ ଚରିତ୍ରରେ ବୈଷ୍ଣବୀ ମହନ୍ତ ନଜର ଆସିଥିଲେ। ଏବେ ତାଙ୍କୁ ୪୫ ବର୍ଷ। ତାଙ୍କୁ ଅନେକ ସିରିୟଲ ଓ ଫିଲ୍ମରେ ଦେଖିବାକୁ ମିଳିଛି। ଶେଷଥର ପାଇଁ ତାଙ୍କୁ ଷ୍ଟାର ପ୍ଲସର ଦିବ୍ୟ ଦୃଷ୍ଟିରେ ଦେଖିବାକୁ ମିଳିଥିଲା।

ଡା. ଜୟକାଲ:

Lalit Parimoo

ଡା. ଜୟକାଲ ଚରିତ୍ରରେ ଲଳିତ ପରେମୁ ଅଭିନୟ କରିଥିଲେ। ଏବେ ତାଙ୍କୁ ୫୫ ବର୍ଷ। ତାଙ୍କୁ କଞ୍ଚଲି ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା।

କାଲି ବିଲ୍ଲୀ ସଲାକା:

ashwini kalsekar

କାଲି ବିଲ୍ଲୀ ସଲାକା ଚରିତ୍ରରେ ଅଶ୍ୱିନୀ କାଲସେକରଙ୍କୁ ଦେଖିବାକୁ ମିଳିଥିଲା। ୫୦ ବର୍ଷୀୟ ଏହି ଅଭିନେତ୍ରୀ ସିମ୍ବାରେ ଶେଷଥର ନଜର ଆସିଥିଲେ।

ମହାଗୁରୁ:

Tom Alter

ଶକ୍ତିମାନଙ୍କୁ ସବୁବେଳେ ଠିକ ରାସ୍ତା ଦେଖାଉଥିବା ମହାଗୁରୁ ଚରିତ୍ରକୁ ଖୁବ ନିପୁଣତାର ସହ ନିଭାଇଥିଲେ ଟମ ଅଲଟର। ୨୦୧୭ ମସିହାରେ ତାଙ୍କ ନିଧନ ହୋଇଥିଲା।

ତମରାଜ କିଲବିଶ:

Surendra Pal

ଶକ୍ତିମାନ ସିରିୟଲର ମୁଖ୍ୟ ଖଳନାୟକ କିଲବିଶ ଚରିତ୍ରରେ ନଜର ଆସିଥିଲେ ସୁରେନ୍ଦ୍ର ପାଲ। ତାଙ୍କ ଡାଇଲଗ ଅନ୍ଧେରା କାୟମ ରହେଗା ସେତେବେଳର ସବୁଠୁ ଚର୍ଚ୍ଚିତ ଧାଡ଼ି ଥିଲା। ୬୭ ବର୍ଷୀୟ ଏହି ଅଭିନେତା ଅନେକ ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.