Below header

କଠୋର ହେଲା ଚୀନ, ଜଙ୍ଗଲୀ ଜୀବଜନ୍ତୁଙ୍କ ମାଂସ ଖାଇଲେ ଆଉ ରକ୍ଷା ନାହିଁ

ଚୀନରେ ଗୋଟେ ପଟେ କରୋନା ମାମଲା ଦିନକୁ ଦିନ ସଙ୍ଗୀନ ହେଉଥିବା ବେଳେ କିଛି ଲୋକ ଏବେ ବି ବନ୍ୟଜନ୍ତୁଙ୍କୁ ମାରି ଖାଉଛନ୍ତି। ଏନେଇ ଜଣାପଡ଼ିବା ପରେ ଗୋଆଙ୍ଗଡୋଙ୍ଗ ସହରରେ ଏବେ ସରକାର ଶକ୍ତ ହୋଇଛନ୍ତି। କେହି ବନ୍ୟଜନ୍ତୁ ଖାଉଥିବା ଧରାପଡ଼ିଲେ ୨୦ ଗୁଣ ଅଧିକ ଜରିମାନା ଲାଗୁହେବ ବୋଲି ଘୋଷଣା ହୋଇଛି।

china

ରିପୋର୍ଟ ମୁତାବକ କରୋନା ଭୟାବହତାକୁ ଦେଖି ସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କେହି ଜଙ୍ଗଲୀ ଜୀବଜନ୍ତୁ ଖାଉଥିବା ଧରାପଡ଼ିଲା ତେବେ ସେ ସମ୍ପୃକ୍ତ ଜୀବର ଦାମର ୨୦ ଗୁଣ ଜରିମାନା ଦେବ।

china2

ସୂଚନାଯୋଗ୍ୟ ଯେ ନିକଟରେ ଜଙ୍ଗଲୀ ଜୀବ ଖାଇବା ଦ୍ୱାରା ଦେଖାଯାଇଥିବା ପରିସ୍ଥିତିର ଗମ୍ଭୀରତାକୁ ଦେଖି ରାଷ୍ଟ୍ରପତି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ କହିବାନୁସାରେ ଏହି ମାମଲାରେ ଆମକୁ ଆଉ ଉଦାସୀନତା ଦେଖାଇବା ଉଚିତ ହେବନି।

China becomes strict, will pay heavy fine for eating wild animals

ଅନ୍ୟପଟେ ଫେବ୍ରୁଆରୀ ୨୪ ତାରିଖରେ ନ୍ୟାସନାଲ ପିପୁଲସ ଅଫ କଂଗ୍ରେସ ମଧ୍ୟ ବନ୍ୟଜୀବଜନ୍ତୁଙ୍କ ଅବୈଧ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ କରୋନା ସଂକ୍ରମଣର କାରଣ ଭାବେ ବାଦୁଡ଼ି, ସାପ ଆଦିକୁ ସନ୍ଦେହ କରାଯାଉଥିବାରୁ ଏହାକୁ ଖାଇବାକୁ ବାରଣ କରାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.