Below header

ବନ୍ଦ ହୋଇଗଲା ରୋଜଗାରର ବାଟ, ଉପାୟ ନ ପାଇ ପତ୍ନୀଙ୍କୁ ରିକ୍ସାରେ ବୋହି ୫୫୦ କିଲୋମିଟର ଅତିକ୍ରମ କଲେ ଯୁବକ

କରୋନା ସଂକ୍ରମଣରୁ ଦେଶକୁ ବଞ୍ଚାଇବା ପାଇଁ ସରକାର ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି। ଏହି ୨୧ ଦିନ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି। ମାତ୍ର ଏହି ବନ୍ଦ ଯୋଗୁ ଦିନ ମଜୁରିଆ, ଖଟି ଖିଆ, ରିକ୍ସା ଚାଳକଙ୍କ ଦୁଃଖ ବଢ଼ିଛି। କାହାକୁ ମାଲିକ ଘରୁ ତଡିଦେଇଥିବା ବେଳେ ଆଉ କିଏ କାମ ନ ପାଇ ରାସ୍ତାରେ ବସିଛି। ଏମିତିକି ଲୋକଙ୍କ ପାଖରେ ଓଳିଏ ଖାଇବାକୁ ବି ଟଙ୍କା ନାହିଁ। ଏଭଳି ସ୍ଥିତି ନୋଏଡାର ଏକ ରିକ୍ସାଚାଳକ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି।

COVID-19: Returning migrant workers pose latest hazard in UP

ମଧ୍ୟପ୍ରଦେଶର ହରପାଲପୁରର ବାସିନ୍ଦା ଏକ ରିକ୍ସାବାଲା ପତ୍ନୀକୁ ରିକ୍ସାରେ ବସାଇ ୫୫୦ କିମି ଦୂର ଗାଁକୁ ଯାଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଉକ୍ତ ବ୍ୟକ୍ତିଙ୍କ ନାଁ ବ୍ରଜକିଶୋର। ସେ ବୁଧବାର ରିକ୍ସାରେ ପତ୍ନୀଙ୍କୁ ବସାଇ ଗାଁ ଅଭିମୁଖେ ବାହାରିଛନ୍ତି। ଗାଡି ମଟର ବନ୍ଦ ଥିବାରୁ ବାଧ୍ୟ ହୋଇ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଗାଁକୁ ଗଲେ କିଛି ନ ହେଲେ ବି ପେଟକୁ ଗଣ୍ଡେ ଦାନା ମିଳିବ। ଏଠି ସେତକ ବି ନାହିଁ ବୋଲି ଚିନ୍ତା କରି ସେ ୫୫୦ କିଲୋମିଟର ରିକ୍ସା ଚଳାଇ ଯିବାକୁ ମନସ୍ଥ କରିଥିବା ଜଣାପଡିଛି।

Coronavirus in India: Exodus of workers chokes Delhi-UP border ...

ଗାଁରେ ସାହୁକାରଙ୍କ ଋଣ ଏତେ ବଢିଯାଇଥିଲା ଯେ ସେ ବାଧ୍ୟ ହୋଇ ନୋଏଡା ଆସି ରିକ୍ସା ଚଳାଉଥିଲେ ଓ ତାଙ୍କ ପତ୍ନୀ ପର ଘରେ କାମ କରୁଥିଲେ। ମାତ୍ର ଏବେ କରୋନା ଯୋଗୁ ସବୁ ବନ୍ଦ ଥିବାରୁ ସେ ଗାଁକୁ ଫେରିଯାଉଥିବା କହିଛନ୍ତି। ୪ ଦିନ ହେଲା ସେ ଲଗାତାର ରିକ୍ସା ଚଳାଉଛନ୍ତି। ଦିନରେ ଆରାମରେ ଯାଉଥିବା ବେଳେ ରାତି ହେଲେ ରାସ୍ତାରେ ଯିବାକୁ ଭୟ ଲାଗୁଥିବା କହିଛନ୍ତି ବ୍ରଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.