Below header

ଆଉ କିଛି ସମୟ ପରେ ହେବ ଅନ୍ତିମ ସଂସ୍କାର… ‘ସିଦ୍ଧାର୍ଥ-ସିଦ୍ଧାର୍ଥ’ ଡାକି ପାଖକୁ ଦୌଡ଼ୁଛନ୍ତି ଶେହନାଜ୍‌ ଗିଲ୍‌, ଗାଡ଼ିରେ ବସି ଖୁବ୍‌ କାନ୍ଦୁଛନ୍ତି; ସାମ୍ନାକୁ ଆସିଲା ଭିଡିଓ

ବିଗ୍‌ବସ୍‌ ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥିବ ଶରୀରକୁ ଓସିଓ୍ଵାରା ଶ୍ମଶାନ ଘାଟ ନିଆଯାଇଛି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ସହିତ ସାଥୀ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଆସିମ୍‌ ରିୟାଜ୍‌, ଅର୍ଜୁନ ବିଜଲାନୀ, ରାହୁଲ ମହାଜନ ପ୍ରମୁଖ ଶ୍ମଶାନ ଘାଟରେ ପହଞ୍ଚିଛନ୍ତି।

ଏଥି ସହିତ ସିଦ୍ଧାର୍ଥଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ଶେହନାଜ୍‌ ଗିଲ୍‌ ବି ସେଠାରେ ପହଞ୍ଚିଛନ୍ତି। ଏହାରି ଭିତରେ ଶେହନାଜ୍‌ଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗାଡ଼ି ଭିତରେ ବସି ଖୁବ୍‌ କାନ୍ଦୁଥିବାର ଦେଖାଯାଉଛି। ସିଦ୍ଧାର୍ଥଙ୍କ ନିଧନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏକଦମ୍‌ ବିଗିଡ଼ି ଯାଇଥିଲେ ବି ସେ ନିଜକୁ ରୋକି ନ ପାରି ଶ୍ମଶାନ ଘାଟରେ ପହଞ୍ଚିଛନ୍ତି।

ସେହିପରି ଆଉ ଏକ ଭିଡିଓରେ ଶେହନାଜ ‘ସିଦ୍ଧାର୍ଥ-ସିଦ୍ଧାଥ’ର୍ ଡାକି ତାଙ୍କ ପାର୍ଥିବ ଶରୀର ଆଡ଼କୁ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ସମସ୍ତଙ୍କୁ ଭାବୁକ କରି ଦେଉଛି। ଏହି ଭିଡିଓରେ ଫ୍ୟାନ୍‌ମାନେ ବି ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି। ଶେହନାଜ୍‌ ଯେପରି ଠିକ୍‌ ରହିବେ, ସେଥିପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ଶ୍ମଶାନ ଭୂମିରୁ କିଛି ଫଟୋ ତାଙ୍କର ସାମ୍ନାକୁ ଆସିଛି, ଯେଉଁଥିରେ ଶେହନାଜ୍‌ ଗାଡ଼ିରେ ବସି କାନ୍ଦୁଥିବା ବେଳେ ପାଖରେ ତାଙ୍କ ଭାଇ ଶେହବାଜ୍‌ ଗିଲ୍‌ ବସିଛନ୍ତି।

ସେପଟେ ଶ୍ମଶାନ ଘାଟ ଆଖାପାଖରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଦ୍ୱିପ୍ରହରରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟ ମୁତାବକ, ସିଦ୍ଧାର୍ଥଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବ୍ରହ୍ମକୁମାରୀ ଆଶ୍ରମ ନିଆଯିବ। ଏହାପରେ ଓସିଓ୍ଵାରାସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ଘରେ ଶାନ୍ତି ପାଠ ବି ହେବ। ଅନ୍ତିମ ସଂସ୍କାର ଓସିଓ୍ଵାରା ଶବଦାହ ଗୃହରେ ସମ୍ପନ୍ନ ହେବ।

 

View this post on Instagram

 

A post shared by Whatsinthenews (@_whatsinthenews)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.