ମୁମ୍ବାଇ ରାସ୍ତାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବାଣ୍ଟିଲେ ପିଜା, ଭିଡିଓ ଦେଖି ୟୁଜର୍ସ କଲେ ଏମିତି କମେଣ୍ଟ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଲ୍ମ ଦୁନିଆ ସହ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାନ୍ତି । ସେ ଜଣେ ସଫଳ ଅଭିନେତ୍ରୀ ହେବା ସହ ରିୟଲିଟି ଶୋ’ ରେ ଏବେ ଜଜ୍‌ ମଧ୍ୟ ହେବାର ଦେଖାଯାଆନ୍ତି । ନିକଟରେ ଏହି ଅଭିନେତ୍ରୀଙ୍କ ମୁମ୍ବଇରେ ଏକ ପିଜା ରେଷ୍ଟୁରାଣ୍ଟ ମଧ୍ୟ ଓପନିଂ ହୋଇଛି । ଶିଳ୍ପା ପୁଅ ବିୟାନ ଓ ଝିଅ ସମିଥାଙ୍କ ସହ ରେଷ୍ଟୁରାଣ୍ଟ ଓପନିଂରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅଭିନେତ୍ରୀଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପିଜା ବାଣ୍ଟିବା ନେଇ ଲୋକେ କଲେ ଏମିତି କମେଣ୍ଟ

ଶିଳ୍ପା ସେଟ୍ଟୀଙ୍କ ପିଜା ରେଷ୍ଟୁରାଣ୍ଟ ନାମ ‘ ବିଜ୍ଜା’ । ସେ ନିଜର ରେଷ୍ଟୁରାଣ୍ଟ ଓପନିଂ ଦିନ ବାହାରେ ରାସ୍ତା ଉପରେ ଠିଆ ହୋଇ ପିଜା ବାଣ୍ଟିଥିବାର ଦେଖାଯାଇଛି । କିଛି ୟୁଜରର ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ ସି ଇଜ୍‌ ବ୍ୟୁଟିଫୁଲ ଇନସାଇଡ ଆଣ୍ଡ ଆଉଟ୍‌ ’ । କେହି ଜରେ ୟୁଜର ମଜା ଢ଼ଙ୍ଗରେ ଲେଖିଛନ୍ତି ‘ରାକ୍ଷୀ ସାଓ୍ଵନ୍ତଙ୍କ ବୟଫ୍ରେଣ୍ଡ ପଛରେ କ’ଣ କରୁଛନ୍ତି ।’ ଆଉ ଜଣେ ୟୁଜର ଲେଖିଛନ୍ତି କୌଣସି ଗରୀବଙ୍କୁ ୨ ଖଣ୍ଡ ରୁଟି ଖୁଆନ୍ତୁ । ‘ ମିଡିଆ ବାଲୋ କା ପେଟ ଭରା ହେ ।’

 

View this post on Instagram

 

A post shared by Instant Bollywood (@instantbollywood)

ଷ୍ଟାଇଲିସ ଲୁକ୍‌ ରେ ଶିଳ୍ପା

ଶିଳ୍ପା ନିଜର ଷ୍ଟାଇଲିସ ଲୁକ୍‌ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ । ଏବେ ୪୭ ବର୍ଷ ବୟସରେ ମଧ୍ୟ ସେ ୟଙ୍ଗ ଝିଅଙ୍କୁ ପଛରେ ପକାଇ ଦେବେ । ରେଷ୍ଟୁରାଣ୍ଟ ଓପନିଂରେ ସେ ସାଧାରଣ ଲୁକ୍‌ ରେ ନଜର ଆସିଛନ୍ତି । ଶିଳ୍ପା ଏଠାରେ ଏକ ଲାଲ୍‌ ରଂଗର ଡ୍ରେସ ପିନ୍ଧିଛନ୍ତି । ହାତେର ଚୁଡି ସହ ବାଳ ଖୋଲା ଛାଡିଛନ୍ତି । ତାଙ୍କ ପ୍ରଶଂସକଙ୍କୁ ଶିଳ୍ପାଙ୍କ ଏହି ଲୁକ୍‌ ପସନ୍ଦ ଆସିଥିବା କୁହାଯାଇଛି ।

ନିକଟରେ ଶିଳ୍ପାଙ୍କର ଥିଲା ବିବାହ ବାର୍ଷିକୀ

ଗତ ୨୨ ତାରିଖରେ ଶିଳ୍ପା ଓ ରାଜ କୁନ୍ଦ୍ରା ବିବାହର ୧୩ ବର୍ଷ ପୂର୍ତ୍ତି ଅବସରରେ ବିବାହ ବାର୍ଷିକୀ ଉତ୍ସବ ପାଳନ କରିଥିଲେ । ଶିଳ୍ପା ରାଜ ଓ ତାଙ୍କର ଫଟୋ-ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.