ପ୍ରଥମ ପତ୍ନୀଙ୍କୁ ନେଇ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଖୁଲାସା ପରେ ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ ହେଲେ ଶିଳ୍ପା ସେଟ୍ଟୀ, ସେୟାର କଲେ ଇମୋଶନାଲ ପୋଷ୍ଟ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି। ନିକଟରେ ରାଜ ନିଜ ପୂର୍ବତନ ସ୍ତ୍ରୀ କବିତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି କି, ତାଙ୍କ ପ୍ରଥମ ବିବାହ ଭାଙ୍ଗିବାର କାରଣ ଶିଳ୍ପା ସେଟ୍ଟୀ ନୁହନ୍ତି।

ରାଜ କହିଥିଲେ କି, ତାଙ୍କ ପୂର୍ବତନ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିଲେ। ସେ ତାଙ୍କ ଭଉଣୀଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ଅଫେୟାର ଚାଲିଥିଲା, ଯେଉଁ କାରଣରୁ ତାଙ୍କ ବିବାହ ଭାଙ୍ଗି ଯାଇଥିଲା।

ଏହାରି ଭିତରେ ଶିଳ୍ପାଙ୍କର ଏକ ପୋଷ୍ଟ ଚର୍ଚ୍ଚାକୁ ଆସିଛି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୁକର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଲେଖା ହୋଇଛି କି, ‘ଏକାନ୍ତବାସରେ ଭଲ କିଛି ନ ଥାଏ। ଭଲର ପ୍ରତ୍ୟେକ ସୋପାନ ଆହୁରି ଭଲ ଆଡ଼କୁ ଯୋଗଦାନ ଦେଇଥାଏ। ଏହିଭଳି ଯେତେବେଳେ ଆମେ କୌଣସି ଭଲ କାମ କରିବାକୁ ଡେରି କରିଦେଉ, ତ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ିଥାଏ’।

ଉକ୍ତ ବହିରେ ଆହୁରି ଲେଖା ହୋଇଥିଲା କି, ‘ଦୁନିଆରେ ଯେତେବେଳେ ବି କେବେ ଜଣେ ଭଲ ମଣିଷ ଉପରେ ଆକ୍ରମଣ କରାଯାଇଥାଏ, ଆଘାତ କରାଯାଇଥାଏ, ଗିରଫ କରାଯାଇଥାଏ, ଜେଲ ପଠାଯାଇଥାଏ, ପ୍ରତାଡ଼ିତ କରାଯାଇଥାଏ କିମ୍ବା ମାରି ଦିଆଯାଇଥାଏ, ତ ଆମେ ସମସ୍ତେ ଟିକେ ଅସୁରକ୍ଷିତ ହୋଇଯାଇଥାଉ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.