Below header

ମିଳିଲା ଆଉ ଗୋଟେ ନୂଆ ଗ୍ରହ, ପୃଥିବୀ ଭଳି ଅନ୍ୟ ଏକ ଗ୍ରହର ସନ୍ଧାନ କଲା ନାସା

ମହାକାଶରେ ନୂଆ ପୃଥିବୀର ସନ୍ଧାନ । ସୌରମଣ୍ଡଳ ବାହାରେ ପୃଥିବୀ ଭଳି ଆଉ ଗୋଟିଏ ଗ୍ରହ ଖୋଜି ବାହାର କରିଛି ଆମେରିକାର ପ୍ରତିରକ୍ଷା ଗବେଷଣ ସଂସ୍ଥା ନାସା । ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ନୂଆ ଏକ୍ସୋପ୍ଲାନେଟ୍‌ ସନ୍ଧାନ ମିଳିଛି । ଏହି ଗ୍ରହର ନାଁ ରଖାଯାଇଛି TOI-1231b । ନାସା ବୈଜ୍ଞାନିକ ଏହି ଅଦ୍ଭୁତ ଗ୍ରହକୁ ଦେଖିବା ପରେ ଅନୁମାନ କରୁଛନ୍ତି, ସେଠାରେ ପୃଥିବୀ ଭଳି ପାଣି ଓ ବାଦଲ ରହି ଥାଇପାରେ ।

ଏହି ଏକ୍ସୋପ୍ଲାନେଟ୍‌ ପ୍ରତି ୨୪ ଦିନରେ ଥରେ ନିଜ କକ୍ଷ ପଥରେ ପରିକ୍ରମା କରୁଛି । ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁ ନାହିଁ । କିନ୍ତୁ ପୃଥିବୀ ସହ ତାପମାତ୍ରା ସମାନ ରହିଛି । ଏହି TOI-1231b ଗ୍ରହର ତାପମାତ୍ରା ୫୬ ଦଶମିକ ୮୫ ଡିଗ୍ରୀ ସେଲସିୟସ୍‌ ରହିଛି । ଯଦି ଏହା ସୂର୍ଯ୍ୟଙ୍କ ନିକଟତର ହୋଇଥାଆନ୍ତା ତେବେ ସେଠାକାର ବାୟୁମଣ୍ଡଳ ମଧ୍ୟ ଶୁକ୍ର ପରି ଉତ୍ତର ହେବ ।

ଏହି ଗ୍ରହର ଆକାର ପୃଥିବୀଠାରୁ ବହୁତ ବଡ଼ ଓ ନେପଚ୍ୟୁନଠାରୁ ଛୋଟ । ସୌରମଣ୍ଡଳ ବାହାରେ ନୂଆ ଗ୍ରହର ଆବିଷ୍କାର ପରେ ନାସା ବୈଜ୍ଞାନିକ ଉତ୍ସାହିତ ଅଛନ୍ତି । ଯଦି ସେଠାରେ ପ୍ରକୃତରେ ଜଳ ଓ ମେଘ ମିଳିଲେ ମାନବ ସଭ୍ୟତା ପାଇଁ ଶତାବ୍ଦୀର ସବୁଠୁ ବଡ଼ ଆବିଷ୍କାର ହୋଇପାରେ । ଏଦିଗରେ ନାସା ବୈଜ୍ଞାନିକ ଅଧିକ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.