Below header

ଓହଃ ଚାକିରିଟା ବଞ୍ଚିଗଲା : ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ବିଚାରଧୀନ କଏଦୀ ମାରିଲା ଚମ୍ପଟ, ଏମିତି ଧରିଲେ ଜେଲ ୱାର୍ଡେନ

ଯାଜପୁର ଟାଉନ(କେନ୍ୟୁଜ୍): ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଉଥିବା ବିଚାରାଧିନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ । ଯାଜପୁର ମୁଖ୍ୟ ଡାକ୍ତରଖାନାର ମେଡିସିନ ୱାର୍ଡକୁ ଚିକିତ୍ସିତ ହେବାକୁ ଆସିଥିଲେ ଯାଜପୁର ରୋଡ ସବଜେଲର ବିଚାରାଧିନ କଏଦୀ ଶେଖ୍  ହାରପିଂ । ଆଜି ତାଙ୍କର ଚିକିତ୍ସା ଚାଲୁଥିବା ସମୟରେ ପାଇଖାନା ଯିବାକୁ କହିଥିଲେ ।

jail prison 1

ପାଇଖାନାକୁ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇ   ଜେଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର ହୋଇଯାଇଥିଲେ । ପରେ ଖୋଜାଖୋଜି କରିବା ପରେ ଡାକ୍ତରଖାନାର ସିକୁରିଟି ଗାର୍ଡଙ୍କ ସହାୟତାରେ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏବେ  ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଚିକିତ୍ସା ଚାଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.