ଖୋର୍ଦ୍ଧା: ରଜ ପର୍ବରେ ଚାଲିଥିଲା ଜୁଆ ଖେଳର ଆସର, ୭ ଜୁଆଡିଙ୍କୁ ଗିରଫ କଲା ବାଣପୁର ପୋଲିସ

ଟାଙ୍ଗୀ(କେନ୍ୟୁଜ୍):  ସାରା ରାଜ୍ୟରେ ଆଜି ପହିଲି ରଜ ପାଇଁ କୁଆଁରି ଝିଅ ମାନେ ସଜବାଜ ହୋଇ ଦୋଳି ସହିତ ପିଠାପଣାର ବେଶ ମଜା ଉଠାନ୍ତି । ଅନ୍ୟ ପଟେ ଗାଁ ଗାଁରେ ପୁରୁଷମାନେ ତାସ୍ ପାଲିର ମଜା ନିଅନ୍ତି । କିନ୍ତୁ ଆଜିକାଲି ରଜରେ  ତାସ୍ ପାଲି ଆଳରେ  ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ଚାଲୁଛି । ଏହାକୁ ଲକ୍ଷ୍ୟ କରି ପୋଲିସ ମଧ୍ୟ ସଜାଗ ହୋଇ ଜୁଆଡିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହି ଆଧାରରେ ଗତକାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡା ଗ୍ରାମ ନିକଟରେ ଚାଲୁଥିବା  ଜୁଆ ଆଡ୍ଡା ଉପରେ ବାଣପୁର ଥାନା  ଏସ.ଆଇ ଆର.କେ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଚଢ଼ାଉ କରିଥିଲା  ।

banpur police

ଘଟଣା ସ୍ଥଳରୁ ନଗଦ  ୪୪୧୦ ଟଙ୍କା, ତାସ୍ ପାଲି, ୪ଟି ମଟର ସାଇକେଲ ଜବତ କରିବା ସହ ସାତ ଜଣ ଜୁଆଡିଙ୍କୁ ଗିରଫ କରିଛି ବଣପୁର ପୋଲିସ।  ଏହାସହ ବାଣପୁର ପୋଲିସ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୯/୨୧ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.