ଲୋକ ଜନଶକ୍ତି ପାର୍ଟି-ଏଲଜେପିରେ ଫାଟ, ପୁତୁରା ବିରୋଧରେ ବିଦ୍ରୋହ କରି ନୂଆ ନେତା ହେଲେ ଦାଦା

କେନ୍ୟୁଜ : ଲୋକ ଜନଶକ୍ତି ପାର୍ଟି-ଏଲଜେପିରେ ଫାଟ। ପୁତୁରା ବିରୋଧରେ ବିଦ୍ରୋହ କରି ନୂଆ ନେତା ହେଲେ ଦାଦା। ଲୋକସଭାରେ ଏଲଜେପି ନେତା ହେଲେ ପଶୁପତି ପାରସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଆରମ୍ଭ ହୋଇଥିବା ବିବାଦ ଏବେ ବିସ୍ଫୋରକ ରୂପ ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି, ସେ ଦଳ ବିଭାଜନ କରୁନାହାନ୍ତି, ବରଂ ଦଳକୁ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଦଳର ୬ଜଣ ସାଂସଦଙ୍କ ମଧ୍ୟରୁ ୫ଜଣ ଦଳକୁ ବଞ୍ଚାଇବାକୁ ନିବେଦନ କରିଥିଲେ। ସେ ଚିରାଗ ପାସୱାନଙ୍କୁ ବିରୋଧ କରୁନାହାନ୍ତି। ଚିରାଗ ଏଲଜିପିରେ ରୁହନ୍ତୁ ବୋଲି ମଧ୍ୟ ସେ ଚାହୁଁଥିବା ସ୍ପଷ୍ଟ କରୁଛନ୍ତି। କିନ୍ତୁ ଦଳର ସାଂସଦ ମାନେ ଚିରାଗଙ୍କୁ ଦଳର ନେତା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଆଜି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ପାରସ ଓ ୫ ବିଧାୟକ ଭେଟିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ସେପଟେ ବିହାର ହାଜିପୁର ଆସନର ସାଂସଦ ପଶୁପତି କୁମାର ପାରସ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.