ନଣନ୍ଦ ଶ୍ୱେତା ବଚ୍ଚନଙ୍କ ଫୋନ୍‌ ଉଠାନ୍ତିନି ଐଶ୍ୱର୍ଯ୍ୟା ରାୟ, ଏହି କାମକୁ କରନ୍ତି ଘୃଣା; ନିଜେ କଲେ ଖୁଲାସା

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ନିଜ ବାପାଙ୍କ ଭଳି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଶ୍ୱେତା ନିଜ ଭାଇ ଅଭିଷେକ ବଚ୍ଚନ ଓ ଭାଉଜ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ସହ ସମ୍ପର୍କକୁ ନେଇ ଖୋଲା ବିଚାର ରଖିଥାନ୍ତି। ସେ ଥରେ ଭାଇ ଓ ଭାବିଙ୍କ ଅଭ୍ୟାସକୁ ନେଇ ଖୁଲାସା କରିଥିଲେ। ଶ୍ୱେତା ଐଶ୍ୱର୍ଯ୍ୟାଙ୍କ କେଉଁ ଅଭ୍ୟାସକୁ ଆଦୌ ପସନ୍ଦ କରନ୍ତି ନାହିଁ ସେ ନେଇ କହିଥିଲେ।

କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଓ୍ଵିଥ୍‌ କରନ୍‌’ରେ ଶ୍ୱେତା ବଚ୍ଚନ ଭାଇ ଅଭିଷେକଙ୍କ ସହ ଅତିଥିଭାବେ ଯାଇଥିଲେ। ଏ ଅବସରରେ କରନ୍‌ ଉଭୟଙ୍କୁ ବ୍ୟକ୍ତିଗତ ଜୀବନକୁ ନେଇ କେତେକ ପ୍ରଶ୍ନ କରିଥିଲେ। ର‍୍ୟାପିଡ୍‌ ଫାୟାର ରାଉଣ୍ଡରେ ସେ ଐଶ୍ୱର୍ଯ୍ୟାଙ୍କ କେଉଁ ଅଭ୍ୟାସ ଶ୍ୱେତାଙ୍କୁ ପସନ୍ଦ ନୁହେଁ ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ସେ କହିଥିଲେ, ଭାବିଙ୍କୁ ଯଦି କେବେ କଲ୍‌ କରେ ଆଉ ସେ ଫୋନ୍‌ ଉଠାଇନାହାନ୍ତି, ତେବେ ସେ କଲ ବ୍ୟାକ୍‌ ବି କରନ୍ତି ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ଐଶ୍ୱର୍ଯ୍ୟା ଜରେ ସେଲ୍ଫ ମେଡ୍‌ ତଥା ମଜଭୁତ ମହିଳା। ଏଥିସହ ସେ ଜଣେ ଭଲ ପତ୍ନୀ ଓ ମା’। କିନ୍ତୁ ତାଙ୍କ କଲ ବ୍ୟାକ୍‌ ନ କରିବା ଗୁଣକୁ ମୁଁ ପସନ୍ଦ କରେ ନାହିଁ। ତାଙ୍କ ଟାଇମ୍‌ ମ୍ୟାନେଜମେଣ୍ଟ ଠିକ୍‌ ନୁହେଁ ବୋଲି କହିଥିଲେ ଶ୍ୱେତା।
ଏଥିସହ ସେ ଅଭିଷେକଙ୍କୁ ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ବୋଲି କହିଥିଲେ। ଅଭିଷେକଙ୍କ ପାଇଁ ସେ ଗର୍ବ କରନ୍ତି ବୋଲି କହିଥିଲେ ଶ୍ୱେତା ବଚ୍ଚନ ନନ୍ଦା। ପ୍ରକାଶ ଯେ ଶ୍ୱେତା ଜଣେ ଲେଖିକା ଓ ଫ୍ୟାଶନ୍‌ ଡିଜାଇନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.