ଅନେକ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସିଦ୍ଧାନ୍ତ, ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଆଜି ଓଲିଉଡର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଆଜି ଜନ୍ମଦିନ। ମୁନା ଭାଇ ନାମରେ ବେଶ ପରିଚିତ ସିଦ୍ଧାନ୍ତ ଓଲିଉଡ ଇଣ୍ଡଷ୍ଟ୍ରିକୁ ଏକ ନୂଆ ରୂପରେଖ ଦେଇଛନ୍ତି।

ମେ ୪ ତାରିଖ ୧୯୬୬ ମସିହାରେ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ସିଦ୍ଧାନ୍ତଙ୍କ ମା ଏବଂ ବାପା ଉଭୟ ଡାକ୍ତର। ସେ ବାଣିଜ୍ୟରେ କେନ୍ଦୁଝର ଧରଣୀଧର କଲେଜରୁ ଗ୍ରାଜୁଏସନ କରିଥିଲେ। ଏହାପରେ ସେ ମାଷ୍ଟର ଡିଗ୍ରୀ ପାଇଁ ଦିଲ୍ଲୀ ଚାଲିଯାଇଥିଲେ।

sidhanttଏହାପରେ ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ଜରିଆରେ ଓଲିଉଡ ଜଗତରେ ପାଦ ଥାପିଥିଲେ। ପ୍ରାୟ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତାଙ୍କୁ ଓଲିଉଡର ବଡ଼ଶାହ ମଧ୍ୟ କହନ୍ତି। ସିଦ୍ଧାନ୍ତ ୨୦୦୪ ମସିହାରେ ଓଲିଉଡ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ। ସେ ଦୁଇଥର ୨୦୦୯ ଓ ୨୦୧୪ ମସିହାରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେବେ ଆଜି ତାଙ୍କ ଜନ୍ମଦିନରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.