ସିଦ୍ଧାର୍ଥ-କିୟାରାଙ୍କ ବାହାଘର ଫଟୋ ଇନ୍‌ଷ୍ଟାଗ୍ରାମରେ କଲା ରେକର୍ଡ; ବଲିଉଡ୍‌ର ଏହି ଯୋଡ଼ିଙ୍କୁ ପକାଇଦେଲା ପଛରେ!

ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାନୀ ୭ ଫେବୃୟାରୀରେ ରାଜସ୍ଥାନର ଜୈସଲମେରରେ ବିବାହ କରିଥିଲେ ଏବଂ ବହୁତ ଜଲ୍‌ଦି ଦୁହେଁ ନିଜ ବାହାଘର ଭୋଜି ଦେବାକୁ ଯାଉଛନ୍ତି।

ବଲିଉଡର ନବବିବାହିତ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ ବିବାହ ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଦମ୍ପତି ଫେବୃଆରୀ ୭ରେ ରାଜସ୍ଥାନର ଜୈସଲମେରରେ ବିବାହ କରିଥିଲେ ଏବଂ ଖୁବ୍‌ଶୀଘ୍ର ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିବାକୁ ଯାଉଛନ୍ତି।

ସିଦ୍ଧାର୍ଥ ଓ କିୟାରା ନିଜ ବିବାହ ସହିତ ଏକ ନିଆରା ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏବେ ସେମାନଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ପୋଷ୍ଟ ପାଲଟିଛି। ସିଡ୍‌କିୟାରାଙ୍କ ପୋଷ୍ଟରେ ବିବାହର ପ୍ରଥମ ଫଟୋକୁ ଏବେ ସୁଦ୍ଧା ମିଳିସାରିଛି ୧୫.୨୪ ମିଲିୟନ ଲାଇକ୍‌। କେବଳ ଏତିକି ନୁହେଁ, ଏହି ସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ନିଜର ଏହି ପୋଷ୍ଟ ସହିତ ସିଡ୍‌କିୟାରା ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରଣବୀରଆଲିଆଙ୍କ ପୋଷ୍ଟ ଉପରେ ସର୍ବାଧିକ ୧୩ ମିଲିୟନ୍ ଲାଇକ୍‌ର ରେକର୍ଡ ରହିଛି।

ସେପଟେ ୯ ଡିସେମ୍ବର, ୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଷ୍ଟାର୍ ଦମ୍ପତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ପୋଷ୍ଟ ଇନଷ୍ଟାଗ୍ରାମରେ ଲାଇକ୍‌ ମାମଲାରେ ତୃତୀୟ ସ୍ଥାନରେ ରହିଛି। ସେମାନଙ୍କ ପୋଷ୍ଟରେ ୧୨ ମିଲିୟନରୁ ଅଧିକ ଲାଇକ୍‌ ମିଳିଛି।

ଏହି ତାଲିକାରେ ବଲିଉଡ ଅଭିନେତା ବରୁଣ ଧୱନ ଓ ତାଙ୍କ ପତ୍ନୀ ନତାଶା ଦଲାଲାଙ୍କ ବିବାହ ଫଟୋ ମଧ୍ୟ ସ୍ଥାନ ପାଇଛି। ନତାଶା ଓ ବରୁଣଙ୍କ ପୋଷ୍ଟରେ ୫୭ ଲକ୍ଷରୁ ଅଧିକ ଲାଇକ୍‌ ରହିଛି।

ସେହିପରି ୧୧ ଡିସେମ୍ବର, ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। ଏମାନେ ଲାଇକ୍‌ ମାମଲାରେ ମଧ୍ୟ ଲିଷ୍ଟ୍‍ରେ ରହିଛନ୍ତି। ଦମ୍ପତିଙ୍କ ଫଟୋ ଉପରେ ଲାଇକ୍‌ କିଛି କମ୍‌ ନାହିଁ। ବିବାହ ଫଟୋରେ ବିରାଟ ଓ ଅନୁଷ୍କାଙ୍କୁ ୩୪ ଲକ୍ଷରୁ ଅଧିକ ଲାଇକ୍‌ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.