ଚଳିତବର୍ଷ ରିଲିଜ ହେବନି ରଶ୍ମିକା-ସିଦ୍ଧାର୍ଥ ଫିଲ୍ମ ‘ମିଶନ ମଜନୁ’, ଭାଇରଲ ହେଉଛି କିଆରା ଏବଂ ସିଦ୍ଧାର୍ଥ ଭିଡିଓ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବେ ଫିଲ୍ମ ‘ଶେରଶାହା’ର ପ୍ରମୋସନରେ ବ୍ଯସ୍ତ ରହିଛନ୍ତି। ଆଗକୁ ସିଦ୍ଧାର୍ଥଙ୍କ ‘ମିଶନ ମଜନୁ’ଙ୍କ ଅପକମିଂ ଫିଲ୍ମ ଆସିବାର ରହିଛି। ଏଥିରେ ସ୍ପାଇ ଥ୍ରୀଲର ଫିଲ୍ମରେ ସେ ରଶ୍ମିକା ମନ୍ଦାନାଙ୍କ ସହିତ ନଜର ଆସିବେ। ଏଥିରେ ସିଦ୍ଧାର୍ଥ ଜଣେ ର’ ଏଜେଣ୍ଟ ଭାବେ ନଜର ଆସିବେ। ସାନ୍ତନୁ ବାଗଚୀ ଏହାକୁ ନିର୍ଦ୍ଦେଶନା କରୁଛନ୍ତି। ଏବେ ଶୁଣିବାକୁ ମିଳୁଛି କି, ଏହି ଫିଲ୍ମ ଚଳିତବର୍ଷ ରିଲିଜ ହେବ ନାହିଁ।

 

View this post on Instagram

 

A post shared by KIARA (@kiaraaliaadvani)

ନିକଟରେ କିଆରା ଏବଂ ସିଦ୍ଧାର୍ଥ ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରଲ ହେଉଛି। ଦୁହେଁ ଫିଲ୍ମ ‘ଶେରଶାହା’ର ଗୀତ ‘ରାତ ଲମ୍ବିଆ ଲମ୍ବିଆ’ରେ ପରଫର୍ମ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଭିଡିଓରେ କିଆରା ୱାଇନ କଲରର ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଏବେ ଦୁହିଁଙ୍କ ସମ୍ପର୍କକୁ ନେଇ ବେଶ ମଧ୍ୟ ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.