ସେହନାଜଙ୍କୁ ନୁହେଁ ଏହି ଅଭିନେତ୍ରୀଙ୍କ ସହ ଇଣ୍ଟିମେଣ୍ଟ କିସିଙ୍ଗ୍ ସିନ୍ କଲେ ସିଦ୍ଧାର୍ଥ ଶୁକ୍ଳା

ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଇଣ୍ଟିମେଣ୍ଟ କିସିଙ୍ଗ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସିର୍ଦ୍ଧାର୍ଥ ‘ବ୍ରୋକନ ବଟ୍ ବ୍ୟୁଟିଫୁଲ ସିଜନ ୩’ରେ ସୋନିଆ ରାଠୀଙ୍କ ସହ ଇଣ୍ଟିମେଣ୍ଟ କିସିଙ୍ଗ୍ ସିନ୍ ଦେଇଛନ୍ତି। ଯାହାପରେ ଏବେ ଚାରିଆଡେ ଏହି ଚର୍ଚ୍ଚା ଜୋର ଧରିଛି।

ଟ୍ଵିଟରରେ ସିଦ୍ଧାର୍ଥ ଶୁକ୍ଳା ଗୁରୁବାର ସକାଳ ଠାରୁ ଟ୍ରେଣ୍ଡରେ ଅଛନ୍ତି। ଫ୍ୟାନ୍ସ ଯେଉଁଠି ଗୋଟେ ପଟେ ତାଙ୍କର ପ୍ରଶଂସା କରୁଛନ୍ତି, ସେପଟେ ସେହନାଜ ଗିଲଙ୍କ କିଛି ଫ୍ୟାନ୍ସ ତାଙ୍କ ଟ୍ରେଣ୍ଡ ହେବାକୁ ପସନ୍ଦ କରୁନାହାଁନ୍ତି। ‘ବିଗବସ୍ ୧୩’ ଓ୍ଵିନର ସିର୍ଦ୍ଧାର୍ଥ ଶୁକ୍ଳା ଇଣ୍ଟିମେଣ୍ଟ କିସିଙ୍ଗ୍ ସିନ୍ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସୋନିଆ ରାଠୀଙ୍କ ସହ ତାଙ୍କ କେମେଷ୍ଟ୍ରୀକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଏବେ ତ ଦୁହିଁଙ୍କର ଅନ୍ତରଙ୍ଗ ଦୃଶ୍ୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି।


‘ବ୍ରୋକନ ଆଣ୍ଡ ବ୍ୟୁଟିଫୁଲ ୩’କୁ ଏକତା କପୁର ପ୍ରଡ୍ୟୁସ୍ କରିଛନ୍ତି। ସିର୍ଦ୍ଧାର୍ଥ ଶୁକ୍ଳା ଏଥିରେ ଅଗସ୍ତୟା ରାଓ ଭୂମିକା ପ୍ଳେ କରୁଛନ୍ତି। ନିକଟରେ ଏକତା କପୁର ଶୋର କିଛି ପ୍ରିଭ୍ୟୁ ଭିଡିଓ ମଧ୍ୟ ସେୟାର କରିଛନ୍ତି।। ଯାହାକୁ ଦେଖି ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠୁଛନ୍ତି। ତାହେଲେ କଣ ଦର୍ଶକ ସେହନାଜ ଗିଲଙ୍କ ବଦଳରେ ସୋନିଆ ଏବଂ ସିଦ୍ଧାର୍ଥଙ୍କ ଯୋଡିକୁ ପସନ୍ଦ କରୁଛନ୍ତି। ଆପଣ ବି ଦେଖନ୍ତୁ ଉଭୟଙ୍କର ସେହି ଇଣ୍ଟିମେଣ୍ଟ ସିନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.