Vivoର ବିଜ୍ଞାପନରେ ନଜର ଆସିବେ ବିରାଟ କୋହଲି, ଯୁବ ଗ୍ରାହକଙ୍କୁ କରିବେ ଅଧିକ ଆକୃଷ୍ଟ

ଚୀନର ସ୍ମାର୍ଟଫୋନ କମ୍ପାନୀ Vivo, ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। ସୂଚନା ମୁତାବକ, IPL2021 ଆରମ୍ଭ ହେବାକୁ ଯାଉଛି ଓ ଏହାର ସ୍ପୋନସର Vivo କମ୍ପାନୀ ରହିଛି। କିଛିଦିନ ମଧ୍ୟରେ Vivoର ନୂଆ ପ୍ରଡକ୍ଟ ଲଞ୍ଚ ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲୀ ଏହାକୁ ପ୍ରମୋଟ କରିବାକୁ ଯାଉଛନ୍ତି। Vivoର ନୂଆ ପ୍ରଡକ୍ଟ ପାଇଁ ବିରାଟ ଏକ ବିଜ୍ଞାପନରେ ମଧ୍ୟ ନଜର ଆସିବେ। ଏହାକୁ ସେ ଟିଭି, ପ୍ରିଣ୍ଟ, ସୋସିଆଲ ମିଡିଆ ଓ ଇଭେଣ୍ଟସ ମାଧ୍ୟମରେ ପ୍ରମୋଟ କରିବେ।

virat978
pc: Amarujala

ଗତବର୍ଷ ଚାଇନାକୁ ବୟକଟ କରାଯାଇଥିଲା। ଅର୍ଥାତ ଚାଇନାର ଜିନିଷ ବ୍ୟବହାରକୁ ଭାରତରେ ବ୍ୟାନ କରାଯାଇଥିଲା। ଏଥିପାଇଁ BCCI ଓ Vivo ଉଭୟ IPL2021ର ସ୍ପୋନସରସିପକୁ ନେଇ ଗତବର୍ଷ ହୋଲ୍ଡ ରଖିଥିଲେ। କିନ୍ତୁ ଏଥର IPLର ସ୍ପୋନସରସିପର ଟ୍ୟାଗ୍‌ Vivoକୁ ମିଳିଛି। ବିରାଟ କହିଛନ୍ତି ଯେ,‘ Vivo ଗୋଟେ ବ୍ରାଣ୍ଡ । ଯିଏକି ଭାରତୀୟ ସ୍ମାର୍ଟଫୋନ ବଜାରରେ ଅଗ୍ରଣୀ ତାଲିକାରେ ରହିଛି। ୟୁଜର୍ସଙ୍କୁ ପ୍ରଭାବିତ କରିବା ପାଇଁ ଏହା ପ୍ରତିବର୍ଷ ନୂଆ ଟେକ୍ନୋଲୋଜି ମଧ୍ୟ ବଜାରକୁ ଆଣିଥାଏ। ଏଥିରେ ଥିବା କ୍ୟାମେରା ସେଲଫି ପ୍ରେମୀଙ୍କୁ ଆକୃଷ୍ଟ କରୁଛି’।

ଶେଷରେ Vivo ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟାଜୀ ହେଡ ନିପୁନ ମାର୍ୟା କହିଛନ୍ତି ଯେ ‘ ବିରାଟ କୋହଲୀ ଏହି ବ୍ରାଣ୍ଡରେ ସାମିଲ ହେବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ। ବିରାଟଙ୍କ ସହ କୋଲାବୋରେଟ କଲେ ଏହା ଯୁବ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବ’। ଏହା ବ୍ୟତୀତ ସେ ଅମୀର ଖାନ ଓ ସାରା ଅଲ୍ଲି ଖାନଙ୍କୁ ଏହି ବ୍ରାଣ୍ଡରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.