ଆଶା-ଆଶଙ୍କାର ଘଟିଲା  ଅବସାନ, ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ  

କେନ୍ୟୁଜ୍(ବ୍ୟୁରୋ):  ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ହୋଇଛି। ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନ୍‌ହାସ। ଛତିଶଗଡ଼ ସରକାରଙ୍କ ୨ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ଟିମ୍‌ ଓ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ନକ୍ସଲମାନେ ଯବାନ ରାକେଶ୍ୱରଙ୍କୁ ଛାଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟସ୍ଥ ପଦ୍ମଶ୍ରୀ ଧର୍ମପାଳ ସୈନୀ ଓ ଗୋଣ୍ଡୱାନା ସମାଜ ଅଧ୍ୟକ୍ଷ ତୈଲମ ବୋରେୟା ନକ୍ସଲଙ୍କ ସହ ଆଲୋଚନା କରିଥିଲେ।

mao release1

ବସ୍ତର ଅଞ୍ଚଳର ୭ଜଣ ସାମ୍ବାଦିକ ମଧ୍ୟ ଆଲୋଚନା ବେଳେ ଉପସ୍ଥିତ ଥିଲୋ। ରାକେଶ୍ୱରଙ୍କୁ ଛାଡ଼ିବାକୁ ୧୧ସଦସ୍ୟ ଟିମ୍‌କୁ ଡାକିଥିଲେ ନକ୍ସଲ ସଂଗଠନ। ପରେ ରାକେଶ୍ୱରଙ୍କୁ ନେଇ ବାସାଗୁଡ଼ା କ୍ୟାମ୍ପ ଫେରିଛନ୍ତି ମଧ୍ୟସ୍ଥି। ଗତ ଶନିବାର ବିଜାପୁରରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିଲା ଗୁଳିମିଳିମୟ। ଏଥିରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱର ସିଂ ମନ୍‌ହାସଙ୍କୁ ପଣବନ୍ଦୀ କରିଥିଲା ନକ୍ସଲ ସଂଗଠନ। ମାଓ କବ୍‌ଜାରୁ ରାକେଶ୍ୱର ମୁକ୍ତ ହେବା ପରେ ତାଙ୍କ ପରିବାରରେ ଖୁୁସିର ବାତାବରଣ ଖେଳି ଯାଇଛି। ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ଦିନ ବୋଲି କହିଛନ୍ତି ତାଙ୍କ ପତ୍ନୀ ମିନୁ। ସ୍ୱାମୀଙ୍କ ମୁକ୍ତି ପାଇଁ ସେ ଆଶାବାଦୀ ଥିଲେ ବୋଲି ସେ କହିଛନ୍ତି। ଏହା ସହ ସେ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.