ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସଂପତ୍ତି, ଆଗାମୀ ଦୁଇମାସ ମଧ୍ୟରେ ସଂପତ୍ତି ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଅବ୍ୟବହୃତ ସରକାରୀ ସଂପତ୍ତି ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର। ବିଭିନ୍ନ ଜିଲ୍ଲାରେ ଅବ୍ୟବହୃତ ଥିବା ସରକାରୀ ସଂପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

mission shakti 1

ଆଗାମୀ ଦୁଇମାସ ମଧ୍ୟରେ ସଂପତ୍ତି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତରେ ଥିବା ଅବ୍ୟବହୃତ ସରକାରୀ ସଂପତ୍ତିକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର କରାଯିବ।

mission shakti 2

ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାରେ ସରକାରୀ କୋଠା, ଦୋକାନ ଘର, ଗାଡ଼ିଆ ପୋଖରୀ ଆଦି ଅବ୍ୟବହୃତ ରହିଛି। ଏଗୁଡ଼ିକୁ ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇପାରିବେ। ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.