ବାପା ହେଲେ ସିଙ୍ଗର୍ ଆଦିତ୍ୟ ନାରାୟଣ: କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଶ୍ୱେତା

ବଲିଉଡ ଜଗତର ସିଙ୍ଗର ବା ଅଭିନେତା ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲଙ୍କ ଘରକୁ ଆସିଛି ଖୁସିଖବର । କାରଣ ସେମାନେ ପିତାମାତା ହୋଇଛନ୍ତି । ପତ୍ନୀଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ନେଇ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଦିତ୍ୟ । ସେମାନଙ୍କର ଝିଅ ମାର୍ଚ୍ଚ ୪, ୨୦୨୨ ରେ ମୁମ୍ବାଇର ଏକ ନର୍ସିଂହୋମରେ ଜନ୍ମ ହୋଇଥିବାର ସେ କହିଛନ୍ତି। ପିତା ହେବା ବିଷୟରେ ସୂଚନା ଦେଇ ଆଦିତ୍ୟ କହିଥିଲେ ଯେ ସେ ଏକ ଝିଅ ଚାହୁଁଛନ୍ତି।

ତେବେ ଆଦିତ୍ୟ ଏବଂ ଶ୍ୱେତା ଫିଲ୍ମ ଶାପିତ୍ (୨୦୧୦ ) ରେ ଏକାଠି କାମ କରିଥିଲେ। ଏଠାରୁ ଉଭୟ ନିକଟତର ହୋଇଥିଲେ ଏବଂ ବହୁ ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ଡିସେମ୍ବର ୧ , ୨୦୨୦ ରେ ବିବାହ କରିଥିଲେ। ପିତା ହେବାର ସୂଚନା ଦେବା ସହ ଆଦିତ୍ୟ କହିଛନ୍ତି ଯେ, ‘ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ ଭଗବାନଙ୍କୁ କନ୍ୟା ରତ୍ନ ମାଗୁଥିଲି । ଜଣେ ଭଲ ବାପା ହେବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିବି ।’

ମୁଁ ବିଶ୍ୱାସ କରେ ଯେ ପିତାମାନେ ସେମାନଙ୍କ ଝିଅର ଅଧିକ ନିକଟତର ହୁଅନ୍ତି ଏବଂ ମୁଁ ଖୁସି ଯେ ମୋ ଝିଅ ଆମ ଘରକୁ ଆସିଛି। ମୁଁ ଏବଂ ଶ୍ୱେତା ବହୁତ ଭାଗ୍ୟବାନ ମନେ କରୁଛୁ ଯେ ଆମେ ବର୍ତ୍ତମାନ ପିତାମାତା ହୋଇଛୁ। ଶ୍ୱେତାଙ୍କ ପ୍ରତି ମୋର ପ୍ରେମ ଏବଂ ସମ୍ମାନ ବର୍ତ୍ତମାନ ଦ୍ୱିଗୁଣିତ ହୋଇଯାଇଛି। ଜଣେ ମହିଳା ଯେତେବେଳେ ଏକ ସନ୍ତାନ ପ୍ରସବ କରନ୍ତି ଏବଂ ଗର୍ଭଧାରଣ ସମୟରେ ମଧ୍ୟ ଅନେକ ଜିନିଷ ଦେଇ ଗତି କରନ୍ତି।