Below header

ଷ୍ଟେଜରେ ଆତସବାଜି ଯୋଗୁଁ ଗାୟକଙ୍କ ଚୁଟିରେ ଲାଗିଲା ନିଆଁ, କିନ୍ତୁ ଅଣଦେଖା କରି ଗାଈ ଚାଲିଥିଲେ ଗୀତ ଆଉ ତାପରେ… ଦେଖନ୍ତୁ ଭିଡିଓ

ଷ୍ଟେଜରେ ପରଫରମାନ୍ସ ସମୟରେ ଆତସବାଜି ହେବାର ଆପଣ ଅନେକଥର ଦେଖିଥିବେ କିନ୍ତୁ ଆମେରିକାରେ ଏକ ଏପରି ଘଟଣା ଘଟିଛି ଯାହାର ଭିଡିଓ ଦେଖିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଆମେରିକାର ଲୋଆରେ ଏକ ଷ୍ଟେଜ ଶୋ ଚାଲିଥିବା ବେଳେ ସେଥିରେ ଆତସବାଜି କରାଯାଉଥିଲା । ତେବେ ସେହି ସମୟରେ ଆତସବାଜି କାରଣରୁ ସେଠାରେ ଥିବା ଜଣେ ସିଙ୍ଗରଙ୍କ ଚୁଟିରେ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସିଙ୍ଗରଙ୍କ ଚୁଟିରେ ନିଆଁ ଲାଗିଥିବା ସତ୍ତ୍ୱେ ମଧ୍ୟ ସେ ନିଜ ପରଫରମାନ୍ସ ଜାରି ରଖିଥିଲେ । ସିଙ୍ଗର ଜଣକ ନିଜ ଗୀତରେ ଏତେ ମାତ୍ରାରେ ମଜ୍ଜି ଯାଇଥିଲେ ଯେ ତାଙ୍କ ଚୁଟିରେ ଲାଗିଥିବା ନିଆଁକୁ ଲିଭାଇବାପାଇଁ ସେଠାରେ ଥିବା କର୍ମଚାରୀମାନେ ଆସିଥିଲେ ।

ଏହି ଘଟଣା ଦେଖିବାକୁ ମିଳିଥିଲା ଲୋଆର ଡେଟ୍ରାଇଟ ରକ ସିଟିରେ । ଏଠାରେ ହିପହପ ସିଙ୍ଗର ବବି ଜେନସନ ନିଜର ବ୍ୟାଣ୍ଡ ସହିତ ଶୋ କରୁଥିଲେ । ଯେତେବେଳେ ସେ ନିଜର ଗୀଟାର ସହିତ ପରଫରମାନ୍ସ କରୁଥିଲେ ସେହି ସମୟରେ ହଠାତ ଆତସବାଜି କରାଯାଇଥିଲା ଓ ଆତସବାଜିର ନିଆଁ ସିଙ୍ଗରଙ୍କ ଚୁଟିରେ ଲାଗିଯାଇଥିଲା । ନିଆଁ ଲାଗିଥିବା ସତ୍ତ୍ୱେ ମଧ୍ୟ ସିଙ୍ଗର ଜଣକ ନିଜର ପରଫରମାନ୍ସ ଜାରି ରଖିଥିଲେ । ନିଆଁ ଧୀରେ ଧୀରେ ବଢ଼ୁଥିବାର ଦେଖି ସେଠାରେ ଥିବା ଜଣେ ଲୋକ ଆସି ତାକୁ ଲିଭାଇବାକୁ ଚେଷ୍ଟା କରିଥିଲେ ।

Image result for singer-hair-caught-fire-on-stage-still-singing-a-song-watch-video

କିଛି ସମୟ ପରେ ନିଆଁ ଧୀରେ ଧୀରେ ବଢିଯାଇଥିଲା ଓ ସିଙ୍ଗର ଜଣକ ସେହିପରି ନିଜ ଗୀତ ଗାଇବା ଜାରି ରଖିଥିଲେ । ଶେଷରେ କିଛି କର୍ମଚାରୀ ଆସି ତାଙ୍କ ଚୁଟିରୁ ନିଆଁ ଲିଭାଇଥିଲେ । ଦେଖୁ ଦେଖୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଥିଲା ଏବଂ ଏହି ଭିଡିଓ ଦେଖିବା ପରେ ଗାୟକ ବବି ଜେନସନ କହିଥିଲେ ଯେ ମୋତେ ଜଣାନଥିଲା ଯେ ମୋ ଚୁଟିରେ ନିଆଁ ଲାଗିଯାଇଥିଲା । ଏହାସହିତ ସେ କହିଥିଲେ ଯେ ସେ କୌଣସି ୱିଗର ବ୍ୟବହାର କରିନଥିଲେ ଏହା ତାଙ୍କର ପ୍ରକୃତ ଚୁଟି ଥିଲା । ଯଦିଓ ପ୍ରକୃତରେ ଏହା ମୋର ମୁର୍ଖତା ଥିଲା ଏବଂ ଏବେ ମୋର ଚୁଟି ଏଲିସ କପୁରଠୁ ବି ଭଲ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.