Below header

ଜାପାନରେ ଅଟକ ଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ଦମ୍ପତିଙ୍କ ପ୍ରାଣ ନେଲା କରୋନା, ୬୨୧ ଜଣଙ୍କ ରିପୋର୍ଟ ପଜିଟିଭି

ଜାପାନ: ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ଥିବା ଜାପାନର ଦୁଇ ଯାତ୍ରୀଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତ୍ୟୁବରଣ କରିଛନ୍ତି ଦମ୍ପତି । ସେମାନଙ୍କଠାରେ ଚିହ୍ନଟ ହୋଇଥିଲା କରୋନା ଭାଇରସ୍‌ ପଜିଟିଭ । ଏହାପରେ ସେମାନଙ୍କୁ ଗତ ସପ୍ତାହରେ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଛନ୍ତି । ଏମାନଙ୍କ ମୃତ୍ୟୁ ପରେ ଜାପାନରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ship coronaସେପଟେ ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ୬୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅନ୍ୟ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ଭିତରେ ଛନକା ପଶିଛି । କରୋନା ଭୟରେ ଜାପାନ ୟୋକୋହାମା ବନ୍ଦରରେ ୧୬ଦିନ ହେଲାଣି ଅଟକ ଅଛି ଡାଇମଣ୍ଡ ପ୍ରିନସେସ୍‌ ଜାହାଜ । ଏହା ଭିତରେ ଅଛନ୍ତି ୩ ହଜାର ୭୧୧ ଜଣ ଯାତ୍ରୀ ଓ କ୍ରିଉ ମେମ୍ବର । ଏହାରି ଭିତରେ ନେଗେଟିଭ୍‌ ରିପୋର୍ଟ ଆସିଥିବା କିଛି ଯାତ୍ରୀଙ୍କୁ ଜାହାଜରୁ ମୁକ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.