ଭାରତର ଏହି ସ୍ଥାନରେ ପୋତି ହୋଇ ରହିଛି ୩୦୦୦ ଟନ୍‌ ସୁନା, ଖୁବ୍‌ ଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ

ମାଟି ଖୋଳୁ ଖୋଳୁ ମିଳିଲା ୩ ହଜାର ଟନ୍‌ ସୁନା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଉତ୍ତର ପ୍ରଦେଶର ସୋନଭଦ୍ରରେ ତିନି ହଜାର ଟନ୍‌ ସୁନା ମିଳିଛି। ଏହି ସୁନା ମାଟି ତଳେ ପୋତି ହୋଇ ରହିଥିଲା। ରାଜ୍ୟ ଖଣି ବିଭାଗକୁ ଏନେଇ ସୂଚନା ମିଳିବା ପରେ ଖନନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ଜଣାଯାଇଛି। ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଟିମ୍‌ ଗତ ୧୫ ବର୍ଷ ହେଲା ଏହି କାମ ଚଲାଇଛି। ମାଟି ତଳେ ସୁନା ଥିବା ନେଇ ଟିମ୍‌ ୮ ବର୍ଷ ତଳେ ଜାଣିବାକୁ ପାଇଥିଲା। ଉତ୍ତର ପ୍ରଦେଶ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସୁନା ବିକ୍ରି କରିବା ପାଇଁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

gold in up

ସୂଚନାଯୋଗ୍ୟ ଯେ ୨୦୦୫ ମସିହାରେ ଜିଏସ୍‌ଆଇ ଟିମ୍‌ ସୁନା ଖୋଜିବା କାମ ଆରମ୍ଭ କରିଥିଲା। ଅଧ୍ୟୟନ ପରେ ସୋନଭଦ୍ରଠାରେ ସୁନା ଥିବା ନେଇ ଟିମ୍‌ ଜାଣିବାକୁ ପାଇଥିଲା ଓ ୨୦୧୨ ମସିହାରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଟିମ୍‌ ସୂଚନା ଦେଇଥିଲା ଯେ ସୋନଭଦ୍ର ପାହାଡ଼ରେ ସୁନା ଗଚ୍ଛିତ ହୋଇ ରହିଛି। ଜିଏସ୍‌ଆଇ ଅନୁସାରେ ହରଦି କ୍ଷେତ୍ରରେ ୬୪୬.୧୫ କେଜି ସୁନାର ଭଣ୍ଡାର ରହିଥିବା ବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ୍‌ ସୁନାର ଭଣ୍ଡାର ଅଛି।

gold

ସରକାରଙ୍କ ତରଫରୁ ଇ-ଟେଣ୍ଡରିଂ ମାଧ୍ୟମରେ ଏହି ସ୍ଥାନକୁ ନିଲାମ କରାଯିବ ବୋଲି ଜଣାଯାଇଛି। ଏଥିପାଇଁ ସାତ ଜଣ ସଦସ୍ୟଙ୍କୁ ନେଇ ଏକ ଟିମ୍‌ ମଧ୍ୟ ଗଠିତ ହୋଇଛି। ଏହି ଟିମ୍‌ ସମ୍ପୂର୍ଣ୍ଣ ଅଞ୍ଚଳରେ ଜିଓ ଟ୍ୟାଗିଂ କରିବ ଓ ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଏହି ରିପୋର୍ଟକୁ ଲକ୍ଷ୍ମୌ ଡିରେକ୍ଟରେଟ୍‌ ଅଫ୍‌ ଜିଓଲୋଜି ଓ ମାଇନିଂରେ ଦାଖଲ କରିବ ବୋଲି ଜଣାଯାଇଛି।