Below header

ଭଗବତ ଗୀତାର ଏହି ଶ୍ଳୋକ ଦର୍ଶାଇଥାଏ ଜୀବନ ଓ ମୃତ୍ୟୁର ପ୍ରକୃତ ସତ୍ୟତା

ହିନ୍ଦୁ ଧର୍ମ ଅନୁସାରେ ଭାଗବତ ଗୀତାକୁ ସବୁଠୁ ପବିତ୍ର ଗ୍ରନ୍ଥ ଭାବେ ଧରାଯାଇଥାଏ । ଏହା ହେଉଛି ସ୍ଵୟମ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ । ଏହାର ପ୍ରତିଟି ଶ୍ଳୋକ ଜୀବନ ବଞ୍ଚିବାର ପ୍ରକୃତ ରାହା ଦେଖାଇଥାଏ । ଆଉ ମଧ୍ୟ ଗୀତାର ଏହି ଶ୍ଳୋକ ଗୁଡିକ ଜୀବନରେ ଯେମିତି ଶାନ୍ତି ଭରି ଦେଇଥାଏ । ତେବେ ଆସନ୍ତୁ ଆଜି ଶ୍ଳୋକ ଗୁଡିକ ଭିତରୁ କେତେ ଗୁଡିଏ ସମ୍ପର୍କରେ ଜାଣିବା :

୧. ଶ୍ଳୋକ :कर्मजं बुद्धियुक्ता हि फलं त्यक्त्वा मनीषिणः |
जन्मबन्धविनिर्मुक्ताः पदं गच्छन्त्यनामयम् ||

ଅର୍ଥ : ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଈଶ୍ୱର ଭକ୍ତିରେ ନିଜକୁ ଲୀନ କରି ବଡ ବଡ ମୁନି ରୁଷି ମାନେ ଏହି ଭୌତିକ ସଂସାରର କର୍ମ, ଫଳ ଆଦିରୁ ନିଜକୁ ମୁକ୍ତ ରଖି ପାରିଛନ୍ତି । ଏହି ଜରିଆରେ ସେମାନଙ୍କୁ ଜୀବନ ମରଣରୁ ବି ମୁକ୍ତି ମିଳିଥାଏ । ଖୁବ ଶୀଘ୍ର ଏହି ଧରଣର ବ୍ୟକ୍ତି ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରନ୍ତି ।

bhagbat gita new

୨. ଶ୍ଳୋକ: नैनं छिन्दन्ति शस्त्राणि नैनं दहति पावकः।
न चैनं क्लेदयन्त्यापो न शोषयति मारुतः॥

ଅର୍ଥ:ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଅଜର ଓ ଅମର । ଏହାକୁ ନା ନିଆଁ ଜାଳିପାରେ, ନା ଜଳ ଓଦା କରିପାରେ, ନା ପବନ ଶୁଖାଇପାରେ, ନା କୌଣସି ଅସ୍ତ୍ର ଶସ୍ତ୍ର କ୍ଷତି ପହଞ୍ଚେଇ ପାରେ । କେହି ମଧ୍ୟ ଆତ୍ମାର ବିନାଶ କରି ପାରନ୍ତି ନାହିଁ | ଆଉ ଆତ୍ମାର ମୃତ୍ୟୁ ନାହିଁ ।

୩.ଶ୍ଳୋକ: अजो अपि सन्नव्यायात्मा भूतानामिश्वरोमपि सन ।
प्रकृतिं स्वामधिष्ठाय संभवाम्यात्ममायया ॥

ଅର୍ଥ: ଶ୍ରୀକୃଷ୍ଣ କହୁଛନ୍ତି ହେ ପାର୍ଥ, ମୁଁ ଏକ ଅଜନ୍ମ ତଥା କେବେ ବି ନଷ୍ଟ ନହେଥିବା ଆତ୍ମା । ଏହି ସମସ୍ତ ବିଶ୍ୱକୁ କେବଳ ମାତ୍ର ମୁଁ ହିଁ ଚଳାଇଥାଏ । ଆଉ      ଏହି ସମସ୍ତ ସୃଷ୍ଟିର ସ୍ୱାମୀ ମଧ୍ୟ ମୁଁ । ନିଜ ଯୋଗ ମାୟାରେ ହିଁ ଏହି ପୃଥିବୀ ଉପରେ ପ୍ରକଟିତ ହୋଇଥାଏ । କୌଣସି ମନୁଷ୍ୟ ମୋ ଦ୍ୱାରା ନିର୍ମିତ ନିୟମକୁ    ଭାଙ୍ଗିପାରନ୍ତି ନାହିଁ ।

Image result for bhagwat-gita-ke-shlok-life-after-death-peace-of-life୪. ଶ୍ଳୋକ: बहूनि में व्यतीतानि जन्मानि तव चार्जुन।
तान्यहं वेद सर्वाणि न त्वं वेत्थ परंतप॥

ଅର୍ଥ: ଶ୍ରୀକୃଷ୍ଣ କହୁଛନ୍ତି ହେ ଅର୍ଜୁନ, ମୋର କେବଳ ଏହି ଗୋଟିଏ ଜନ୍ମ ହୋଇନାହିଁ । ଏହା ପୂର୍ବରୁ ବି ମୁଁ ଅନେକ ଜନ୍ମ ନେଇଛି । ତମେ ବି ଅନେକ ଜନ୍ମ ନେଇଛ ଆଉ ମୁଁ ବି । ତଫାତ ଏହା ଯେ, ତମର ଗୋଟିଏ ବି ଜନ୍ମର ଜ୍ଞାନ ନାହିଁ କି ମନେ ନାହିଁ ମୋର ସବୁ ଜନ୍ମର ଜ୍ଞାନ ଅଛି । ତେଣୁ କରି ହିଁ ମନୁଷ୍ୟ ଯେଉଁ ଜନ୍ମରେ ଜନ୍ମ ନେଇଥାଏ । ତାର କେବଳ ହିଁ ସେହି ଜନ୍ମ ବିଷୟରେ ଜ୍ଞାନ ଥାଏ । ଏହାକୁ ଛାଡି ଆଉ କିଛିବି ମନେ ନ ଥାଏ ।

୫. ଶ୍ଳୋକ: प्रकृतिम स्वामवष्टभ्य विसृजामि पुन: पुन: ।
भूतग्राममिमं कृत्स्नमवशम प्रकृतेर्वशात॥

ଅର୍ଥ:ଗୀତାର ଚତୁର୍ଥ ଅଧ୍ୟାୟର ଷଷ୍ଠ ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଏହି ସମସ୍ତ ପ୍ରକୃତିକୁ ନିଜ ବଶରେ କରି ଏଠାରେ ଜନ୍ମ ନେଉଥିବା ସମସ୍ତ ଜୀବ ମାନଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ହିଁ ମୁଁ ଫଳ ପ୍ରଦାନ କରିଥାଏ । ନିଜ କର୍ମ ଅନୁଯାୟୀ ହିଁ ପ୍ରତି ଜୀବ ଜନ୍ମ ନେଇଥାନ୍ତି । ଏହା ହିଁ ଜୀବନର ପ୍ରକୃତ ସତ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.