ସମ୍ବଲପୁର ତୁମ୍ବେସିଂହା ପୋଲ ତଳେ ଲକ୍ଷାଧିକ ୫ ଶହ ଟଙ୍କିଆ ନୋଟ୍‌! ଅସଲି ନା ଜାଲ? ତାକୁ ନେଇ ଉଠିଲା ପ୍ରଶ୍ନ

ସମ୍ବଲପୁର: ସମ୍ବଲପୁର ତୁମ୍ବେସିଂହା ପୋଲ ତଳୁ ଏକ ପରିତ୍ୟକ୍ତ ସ୍ଥାନରେ ପଡ଼ିଛି ଲକ୍ଷାଧିକ ଟଙ୍କାର ୫ ଶହ ଟଙ୍କିଆ ନୋଟ । ଏସବୁ ନୋଟ୍ ଅସଲି ନା ଜାଲ । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲ ତଳେ ଛିଣ୍ଡା ୫ ଶହ ଟଙ୍କିଆ ନୋଟ ଗୁଡ଼ିକ ୪ ଦିନ ହେଲାଣି ପଡ଼ିଛି । କିଛି ନୋଟ ବି ପୋଡ଼ିଯାଇଛି । ହେଲେ ଏହା ଅସଲି ନା ଜାଲ ନୋଟ ତାହା ଜଣାପଡ଼ିନି । କିଏ ଓ କାହିଁକି ନୋଟ ଗୁଡ଼ିକ ଏଠାରେ ଆଣି ଫୋପାଡ଼ିଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମ୍ବଲପୁର ସଦର ଥାନା ପୋଲିସ ଘଟଣାସ୍ଥଳକୁ ଆସି କିଛି ଟଙ୍କା ଜବତ କରିଛି । ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.