Below header

ଶାନଙ୍କ ଉପରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ବଲିଉଡ୍ ସିଙ୍ଗର୍

ଶାନଙ୍କ ଉପରେ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ବଲିଉଡ୍ ସିଙ୍ଗର୍ । ଗୌହାଟିର ଏକ ଲାଇଭ୍ କନ୍ସର୍ଟରେ ଶାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆଉ ଷ୍ଟେଜରେ ଗୀତ ଗାଉଥିବା ସମୟରେ ହିଁ ଆକ୍ରମଣର ଶିକାର ହୋଇଥିଲେ ଶାନ୍ ।

ମିଳିଥିବା ସୂଚନା ଅନୁସାରେ, ଷ୍ଟେଜରେ ବେଙ୍ଗଲୀ ଗୀତ ଗାଇବା ଆରମ୍ଭ କରିଥିଲେ ଶାନ୍ । ଯାହା ଫଳରେ ଉପସ୍ଥିତ ଥିବା ଦର୍ଶକ ଚିଲ୍ଲାଇ କହିଥିଲେ ଏଇଟା ଆସାମ୍ ପଶ୍ଚିମବଙ୍ଗ ନୁହେଁ । ଏହା ପରେ ଜଣେ ବ୍ୟକ୍ତି ଶାନଙ୍କ ଉପରକୁ ପଥର ଏବଂ କାଗଜ ଫିଙ୍ଗିଥିଲେ । ତେବେ ବିବାଦ ଏତେ ଜୋରରେ ବଢିଥିଲା ଯେ କନ୍ସର୍ଟକୁ ଅଧାରେ ଛାଡି ରାଗିକି ଚାଲିଯାଇଥିଲେ ଶାନ୍ । ତେବେ ଶାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଦେଖନ୍ତୁ ଆକ୍ରମଣର ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.