Below header

କେବେ ଗାଉଥିଲେ ବିବାହ- ପାର୍ଟିରେ ଗୀତ, ଏବେ ତାଙ୍କର ଦୁନିଆ ଦିୱାନା

ମୁମ୍ବାଇ : ବଲିଉଡ଼ର ବିଶିଷ୍ଠ ଗାୟକ ସୋନୁ ନିଗମଙ୍କ ଆଜି ଜନ୍ମ ଦିନ। ନିଜ କଣ୍ଠରେ ଲୋକଙ୍କୁ ପାଗଳ କରିଥିବା ସୋନୁ ନିଗମ ଆଜି ବଲିଉଡ଼ର ଟପ ଗାୟକଙ୍କ ମଧ୍ୟରେ ଗଣା। ସୋନୁଙ୍କ ଜନ୍ମ ୩୦ ଜୁଲାଇ ୧୯୭୩ରେ ହରିୟାଣାର ଫରିଦାବାଦରେ ହୋଇଥିଲା। ସେ ୪ବର୍ଷ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଷ୍ଟେଜ୍ ସୋ , ପୋଗ୍ରାମ ଆଦିରେ ଖାସ କରି ମହମ୍ମଦ ରଫିଙ୍କ ଗୀତ ଥିବାରଦେଖିବାକୁ ମିଳିଥାଏ। ତାଙ୍କ କ୍ୟାରିୟର ଆରମ୍ଭରେ ରଫିଙ୍କ ଗୀତ ଗାଇବା ନେଇ ସେ ଦର୍ଶକଙ୍କ ମନରେ ରାଜ କରିବା ଆରମ୍ଭ କରିଥିଲେ।

୧୯ ବର୍ଷ ବୟସରେ ବଲିଉଡ଼ରେ ନିଜର ଭାଗ୍ୟ ପରିକ୍ଷା କରିବା ପାଇଁ ସୋନୁ ମୁମ୍ବାଇ ଆସିଥିଲେ। ପ୍ରଥମେ ତାଙ୍କୁ ବହୁତ କଷ୍ଠ କରିବାକୁ ପଡ଼ିଥିଲା। ଏହି ସମୟରେ ସେ ଅନେକ ଷ୍ଟେଜ ପରଫର୍ମମାନ୍ସ ମଧ୍ୟ ଦେଇଥିଲେ। ସୋନଙ୍କୁ ପରିଚୟ ସେବେ ମଳିଥିଲା ଯେତେବେଳେ ଟି-ସିରିଜ ତାଙ୍କ କଣ୍ଠରେ ମହମ୍ମଦ ରଫିଙ୍କ ଗୀତର ଏବ କ୍ୟାସେଟ୍ “ରଫି କି ୟାଦେ” ଲଞ୍ଚ କରିଥିଲା।

୧୯୯୫ ମସିହାରେ ସୋନୁ ନିଗମଙ୍କୁ ସଂଙ୍ଗୀତ ରିଆଲିଟି ସୋ ସାରେଗାମାର ଉପସ୍ଥାପନା ପାଇଁ ଡ଼କାଯାଇଥିଲା। ଯାହାପରେ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ପୁଣିଥରେ ଟି-ସିରିଜ ତାଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରି ତାଙ୍କୁ “ବେୱଫା ସନମ” ଫିଲ୍ମରେ କଣ୍ଠ ଦାନ କରିବାକୁ ସୁଯୋଗ ଦେଇଥିଲେ। ଫିଲ୍ମରେ ତାଙ୍କର ଗୀତ “ଅଛା ସିଲା ଦିଆ ତୁନେ ମେରେ ପ୍ୟାର କା” ସୁପର ହିଟ ହୋଇଥିଲା। ତାହା ପରେ ସୋନୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ବଲିଉଡ଼ରେ ଅନେକ ହିଟ ଗୀତ ଦେବା ସହ ପ୍ରାୟତଃ ସମସ୍ତ ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.