ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର : ନ୍ୟାୟ ପାଇଁ ବସିଲେ ଧାରଣାରେ

ଭଦ୍ରକ : ନ୍ୟାୟ ପାଇଁ ଥାନା ଆଗରେ ମହିଳା ଧାରଣାରେ ବସିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ବାରିକ ସାହିର ପ୍ରଭାକର ବାରିକଙ୍କ ଝିଅ ସଞ୍ଜୁଲତାଙ୍କୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ପ୍ରହଲ୍ଲାଦ ସାହୁ ପ୍ରେମ ବିବାହ କରିଥିଲେ । ସ୍ୱାମୀ-ସ୍ତ୍ରୀ ବାରଙ୍ଗରେ ଏକ ଘର ଭଡା ନେଇ ରହୁଥିଲେ । ସ୍ତ୍ରୀ ସଞ୍ଜୁଲତା ଗର୍ଭବତୀ ହେବା ପରେ ସ୍ୱାମୀଙ୍କ ସହ ଚାଲିଆସିଥିଲେ ବାପଘରକୁ । ଏହି ସମୟରେ ପଡ଼ୋଶୀ ଘରର ଏକ ନାବାଳିକା ଝିଅ ସହ ପ୍ରହଲ୍ଲାଦଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହାପରେ ନାବାଳିକାକୁ ନେଇ ସେ ଘର ଛାଡି ପଳାଇଥିବା ଅଭିଯୋଗ ହୋଇଛି । ସ଼ଂଜୁଲତା ଏନେଇ ଥାନାରେ ଅଭିଯୋଗ କରି ସ୍ୱାମୀଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.