ସୁପର ମାର୍କେଟ ଖୋଲିଲେ ସୋନୁ ସୁଦ, ନାଁ କଣ ରଖିଛନ୍ତି ଜାଣନ୍ତୁ

କିଛି ଦିନ ହେବ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା କ୍ରମଶଃ ବଢ଼ିବାରେ ଲାଗିଛି । ଏମିତିକି ଲୋକେ ତାଙ୍କୁ “ରିୟଲ ଲାଇଫ ହିରୋ” ବା “ଧରିତ୍ରୀର ଭଗବାନ” ନାଁରେ ଡାକୁଥିବାର ନଜର ଆସିଛି । କରୋନା କାରଣରୁ ଜାରି ହୋଇଥିବା ଲକ ଡାଉନ ସମୟରେ ଯେତେବେଳେ ଲୋକ ମାନେ ନିଜ ନିଜ ଘରକୁ ଯିବାକୁ ଡହଳ ବିକଳ ହେଉଥିଲେ ସେସମୟରେ ସୋନୁ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଥିଲେ । ବିନା କୌଣସି ସ୍ୱାର୍ଥରେ ଦୁସ୍ଥ ଲୋକମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି ସୋନୁ । କାହାକୁ ବସ ଯୋଗେ ଘରେ ପହଞ୍ଚାଇବା ହେଉ ଅବା କାହାକୁ ପଢା ଖର୍ଚ୍ଚ ଦେବା ହେଉ ଅଥବା କିଏ ଭୋକିଲା ଥିବାବେଳେ ସାହାଯ୍ୟ କରିବା ହେଉ ସବୁଥିରେ ଆଗଭର ହୋଇ ସାହାଯ୍ୟ କରନ୍ତି ସୋନୁ | ଆଉ ଏହି କାରଣରୁ ଦେଶ ହେଉ ଅବା ବିଦେଶ କୋଣ ଅନୁକୋଣରୁ ସୋନୁଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ଏଇ ନିକଟରେ ସୋନୁ ନିଜର ଏକ ସୁପର ମାର୍କେଟ ଖୋଲିଛନ୍ତି । ବିକିବାକୁ ଥିବା ସମସ୍ତ ଜିନିଷର ଦର ମଧ୍ୟ ମନେ ରଖିଦେଇଛନ୍ତି ।

 

View this post on Instagram

 

A post shared by Sonu Sood (@sonu_sood)

ଏହି ଦୃଶ୍ୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିରେ ସୋନୁ ନିଜେ କହିଛନ୍ତିକି, ସେ ନିଜର ଏକ ସୁପର ମାର୍କେଟ ଖୋଲିଛନ୍ତି । ଯାହାର ନାଁ ସେ “ସୋନୁ ସୁଦଙ୍କ ସୁପର ମାର୍କେଟ” ରଖିଛନ୍ତି । ଭିଡିଓ ଟିରେ ସୋନୁ କହିଛନ୍ତିକି କିଏ କହିଲା ମଲ ବନ୍ଦ ହୋଇଯାଇଛି ବୋଲି । ସବୁଠାରୁ ଅଧିକ ଦରକାରୀ ଓ ଦାମୀ ସୁପର ମାର୍କେଟ ଆମ ପାଖରେ ମହଜୂତ ଅଛି । ମୋ ପାଖରେ ଅଣ୍ଡା ବ୍ରେଡ ସବୁ ମହଜୂତ ଅଛି । ଯାହାର ଦରକାର ତୁରନ୍ତ ଅର୍ଡର କରନ୍ତୁ । ଆଉ ମଜାଳିଆ ଅନ୍ଦାଜରେ ସୋନୁ ଏହା ବି କହିଛନ୍ତିଯେ, ଡେଲିଭରି ପାଇଁ ଏକ୍ସଟ୍ରା ଚାର୍ଜ ବି ଦେବାକୁ ପଡିବ । ଆକ୍ଟରଙ୍କର ଏହି ଅନ୍ଦାଜ ତାଙ୍କ ଫ୍ୟାନ୍ସ ମାନଙ୍କୁ ବି ଖୁବ ପସନ୍ଦ ଆସିଛି । ଏହା ପୂର୍ବରୁ ସୋନୁ ନିଜର ଏକ ଢାବା ମଧ୍ୟ ଖୋଲିଥିଲେ । ଖାଲି ସେତିକି ନୁହେଁ ଏକ ସର୍ବତ ଦୋକାନ କରି ବସିବାରେ ବି ସୋନୁଙ୍କୁ ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.