ସୋନୁଙ୍କ ହାତରେ ରାଖି ବାନ୍ଧି ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ଯାଉଥିଲେ ମହିଳା, ଜବାବରେ ସୋନୁ କହିଲେ ଏମିତି କିଛି….

ସାଧାରଣ ଲୋକଙ୍କ ପାଇଁ ଯେମିତି ଏକ ଦେବତା ପରି ଉଭା ହୋଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । କେବେ ଲୋକଙ୍କ ସାହାଯ୍ୟ କରି ପ୍ରଶଂସା ସାଉଁଟୁଛନ୍ତି ତ ଆଉ କେବେ ନିଜ ସରଳ ବ୍ୟବହାର ପାଇଁ । କିଛି ଦିନ ତଳେ ସୋନୁଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଲୋକେ ତାଙ୍କ ଫଟୋ ଉପରେ କ୍ଷୀର ଚଢ଼ାଉଥିବା ଦେଖାଯାଇଥିଲା । ଏହାକୁ ନେଇ ସୋନୁ ମତ ରଖିଥିଲେକି ଆପଣ କ୍ଷୀରକୁ କୌଣସି ଭୋକିଲା ଲୋକଙ୍କୁ ଦିଅନ୍ତୁ ଅବା ସଂଚୟ କରି ରଖନ୍ତୁ । ଏମିତି ଅଯଥାରେ ଅପଚୟ କରନ୍ତୁ ନାହିଁ । ଆଉ କିଛି ଦିନ ହେଲାଣି ତାଙ୍କ ସହ ଦେଖା କରିବା ପାଇଁ ଲୋକେ ତାଙ୍କ ଘର ପର୍ଯ୍ୟନ୍ତ ଯାଉଛନ୍ତି । ଆଉ ସୋନୁ ବି ଲୋକଙ୍କୁ ନିରାଶ ହେବାକୁ ନ ଦେଇ ନିଜେ ଆସି ସେମାନଙ୍କ ସହ ଦେଖା କରୁଛନ୍ତି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Manav Manglani (@manav.manglani)

ଜଣେ ମହିଳା ସୋନୁଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ହାତରେ ରାଖୀ ବାନ୍ଧିଥିବା ନେଇ ଏକ ଖବର ପ୍ରକାଶ ପାଇଛି । ଯାହାର ଭିଡିଓ ଜଣେ ଫଟୋଗ୍ରାଫର ମାନବ ମଂଗଲାନି ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖି ଲୋକେ ବି ସୋନୁଙ୍କ ବ୍ୟବହାରକୁ ଖୁବ ପ୍ରଶଂସା କରିଛନ୍ତି । ମାନବଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଆପଣ ଦେଖି ପାରୁଥିବେକି ଜଣେ ମହିଳା ଆସି ସୋନୁଙ୍କ ହାତରେ ରାଖୀ ବାନ୍ଧୁଛନ୍ତି । ଆଉ ଏହା ପରେ ସେ ସୋନୁଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଯାଆନ୍ତେ ସୋନୁ ତାଙ୍କୁ ଅଟକାଉଛନ୍ତି । ଏହାର ଜବାବରେ ମହିଳା କହୁଛନ୍ତି, ଆପଣ ପରା ମୋ ଭାଇ । ମୁଁ ପ୍ରଣାମ କରିବାରେ ଭୁଲ ରହିଲା କେଉଁଠି ।

ଗତ ବର୍ଷ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସୋନୁ ସାଧାରଣ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ଟ୍ୱିଟର ଯୋଗେ ଗୁହାରି ଶୁଣି ସାହାଯ୍ୟ କରୁଛନ୍ତି ସୋନୁ । କିଛି ଦିନ ହେବ ଆନ୍ଧ୍ର ପ୍ରଦେଶରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକରେ ବି ସ୍ଥାପନ କରିବେ ବୋଲି କଥା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.