ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା, କହିଲେ ରାଜ୍ୟରେ ବାତ୍ୟା ପରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ।  କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ନିକଟରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି। ଆଗକୁ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ।

ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ରହିଛି। ସାଳନ୍ଦୀରେ ବି କମିଛି ଜଳସ୍ତର। ସମୁଦ୍ର ଜୁଆର ପାଣି ଓ ପବନ ମାଡ ଯେଗୁ ଅନେକ ଲୁଣାବନ୍ଧ ଡ୍ୟାମେଜ୍‌ ହୋଇଛି। କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣାବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.