Below header

ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ : ଖିଲଜିଙ୍କ ସଫଳତାରେ ପଦ୍ମାବତୀଙ୍କ ଆଖିରେ ଲୁହ

ମୁମ୍ବାଇ : ବଲିଉଡ଼ ଫିଲ୍ମ କଳାକାରଙ୍କ ପାଇଁ ୨୦୧୮ମସିହାଟି ଖୁବ୍ ଭଲ ରହିଛି। ବଡ଼ ବଜେଟର ଫିଲ୍ମ ପଦ୍ମାବତ, ସଞ୍ଜୁ ଏବଂ ୨.୦ ଆଦି ବକ୍ସଅଫିସରେ ଧମାକା କରିଥିବା ବେଳେ ଛୋଟ ବଜେଟ ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ କିଣିବାରେ ସକ୍ଷମ ହୋଇଛନ୍ତି। କହିବାକୁ ଗଲେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରାଇଛନ୍ତି ବଲିଉଡ଼ର ସମସ୍ତ କଳାକାର। ଏହି କାରଣ ପାଇଁ ଚଳିତ ବର୍ଷର ଆୱାର୍ଡ଼ ସେରିମୋନି ଗୁଡ଼ିକ ବହୁତ ମଧ୍ୟ ରୋମାଞ୍ଚକପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ସେହିପରି ନିକଟରେ ଶେଷ ହୋଇଛି ଷ୍ଟାର ସ୍କ୍ରିନ ଆୱାର୍ଡ଼।

award

ଏହି ଆୱାର୍ଡ଼ ସୋରେ ଶ୍ରେଷ୍ଠ ଅଭିନେତା ପାଇଁ ରଣବୀର ସିଂ ଏବଂ ରଣବୀର କପୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖାଯାଇଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଆଲିଆ ଏବଂ ଦୀପିକାଙ୍କ ମଧ୍ୟରେ ଲାଗି ରହିଥିଲା ମୁକାବଲା। ଯେଉଁଥିରେ ବିଜେତା ହୋଇଛନ୍ତି ଆଲିଆ ଏବଂ ରଣବୀର।

ଆୱାର୍ଡ଼ ସୋରେ ସବୁଠାରୁ ମୁଖ୍ୟ ଆକର୍ଷଣ ସାଜିଥିଲା ଯେତେବେଳେ ରଣବୀର ଆୱାର୍ଡ଼ ଆଣିବା ପାଇଁ ଷ୍ଟେଜ୍ ଉପରକୁ ଯାଇଥିଲେ ଦର୍ଶକଙ୍କ ମଧ୍ୟରେ ବସିଥିବା ତାଙ୍କ ପତ୍ନି ତଥା ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଆଖିରେ ଆସିଥିଲା ଲୁହ। ଆୱାର୍ଡ଼ ପାଇଁ ରଣବୀର ଦୀପିକାଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତାଙ୍କର ଢ଼େର ପ୍ରଶଂସା ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.