ପାଗଳ ପ୍ରେମିକା, ପ୍ରେମିକକୁ ପାଇଲଟ୍ କରିବା ପାଇଁ ନିଜ ଘରେ ବୁଲାଇଲେ କଳା କନା

ଆପଣ ସେ ଫିଲ୍ମ ଏବଂ ଗୀତ ତ ନିଶ୍ଚୟ ଦେଖିଥିବେ ଲଭ୍ କେ ଲିୟେ କୁଛ ଭି କରେଗା । ପ୍ରେମର ପଥ ନୁହେଁ ସହଜ । ଏଥିପାଇଁ ବହୁତ ତ୍ୟାଗ କରିବାକୁ ପଡିଥାଏ । ଆଜିର ସମୟରେ ପ୍ରେମିକାଙ୍କ ସଉକ୍ ପୁରା କରିବାକୁ ଯାଇ ପ୍ରେମିକମାନେ ଚୋରୀ, ଡକାୟତୀ କରିବାକୁ ପଛାଉ ନାହାଁନ୍ତି । କିନ୍ତୁ ନିଜ ପ୍ରେମ ପାଇଁ କୌଣସି ପ୍ରେମିକା ଏଭଳି ପଦକ୍ଷେପ ନେବା ବୋଧେ ଖୁବ୍ କମ୍ ଘଟଣା ଆପଣ ଶୁଣିଥିବେ । କିନ୍ତୁ ପ୍ରେମ ଏବଂ ପ୍ରେମିକ ପାଇଁ ଯେ ପ୍ରେମିକା ଯେ କିଛି କରିପାରେ ତାହା ସତ କରି ଦେଖାଇଛନ୍ତି ଗୁଜୁରାଟ ରାଜକୋଟର ଜଣେ ଯୁବତୀ । ପ୍ରେମିକର ସ୍ବପ୍ନକୁ ପୁରା କରିବା ପାଇଁ ନିଜ ଘରେ କଳା ବୁଲାଇଛନ୍ତି ଯୁବତୀ ଜଣକ ।

ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ଧରି ହେତ୍ ଶାହା ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ରାଜକୋଟର ପ୍ରିୟଙ୍କା ପରସାନା । ହେତଙ୍କୁ କମର୍ସିଆଲ୍ ପାଇଲଟ୍ ବନାଇବାକୁ ଚାହୁଁଥିଲେ ପ୍ରିୟଙ୍କା । ଆଉ ହେତଙ୍କ ପାଇଁ ବେଙ୍ଗାଲୁରୁସ୍ଥିତ ପାଇଲଟ୍ ଟ୍ରେନିଙ୍ଗ୍ ଏକାଡେମୀରେ ଫିସ୍ ଜମା କରିବା ପାଇଁ ନିଜ ଘରୁ ଏକ କୋଟି ଟଙ୍କାର କ୍ୟାସ୍ ଏବଂ ଗହଣା ଚୋରୀ କରିଥିଲେ ପ୍ରିୟଙ୍କା । ଏପରିକି ନିଜ ଘରକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ ଯାହା ଫଳରେ ଏହା ଏକ ଚୋରୀ ମାମଲା ଲାଗିବ ।

ଅନ୍ୟପଟେ ଘରୁ ଚୋରୀ ହେବା ପରେ ପ୍ରିୟଙ୍କା ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ । ଏବଂ ଚୋରୀ ହେବାର ୧୭ ଦିନ ପରେ ଘଟଣାର ଖୁଲାସା ହେଲା । ଯେହେତୁ ଏହି ଚୋରୀରେ ନିଜ ଝିଅ ସମ୍ପୃକ୍ତ ତେଣୁ ଏଫଆଇଆରକୁ ପ୍ରତ୍ୟାହାର କରିନେଇଛନ୍ତି ଘର ଲୋକ । ହେଲେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.