Below header

‘ବଲିଉଡ୍‌ରେ ତାକୁ କେହି ବି ରୋକିପାରିବେ ନାହିଁ’, ପୁଅ ଅହାନ୍‌ଙ୍କ ଡେବ୍ୟୁ ଉପରେ ଏମିତି କହିଲେ ସୁନିଲ୍‌ ସେଟ୍ଟୀ

ସୁନିଲ୍‌ ସେଟ୍ଟୀଙ୍କ ଝିଅ ଅଥିଆଙ୍କ ପରେ ଏବେ ତାଙ୍କ ପୁଅ ଅହାନ୍‌ ବି ବଲିଉଡ୍‌ରେ ଏଣ୍ଟ୍ରି ମାରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଅହାନ୍‌ ତେଲୁଗୁ ସୁପରହିଟ୍‌ ଫିଲ୍ମ ‘RX100’ର ହିନ୍ଦୀ ରିମେକ୍‌ରୁ ବଲିଉଡ୍‌ରେ ଡେବ୍ୟୁ କରିବେ। ଫିଲ୍ମରେ ଅହାନ୍‌ଙ୍କ ଅପୋଜିଟ୍‌ରେ ତାରା ସୁତାରିୟାଙ୍କୁ କାଷ୍ଟ୍‍ କରାଯାଇଛି। ବର୍ତ୍ତମାନ ଅହାନ୍‌ଙ୍କ ଡେବ୍ୟୁ ବିଷୟରେ ସୁନିଲ ସେଟ୍ଟୀ ଗଣମାଧ୍ୟମ ଆଗରେ କହିଛନ୍ତି।

su6

ଇଣ୍ଟରଭ୍ୟୁ ବେଳେ ସୁନିଲ୍‌ କହିଥିଲେ, ‘ମୁଁ ସବୁବେଳେ ଚାହୁଁଥିଲି ଯେ ସାଜିଦ୍‌ ନାଦିଆଡ୍‌ଓ୍ଵାଲା ହିଁ ମୋ ପୁଅକୁ ଲଞ୍ଚ୍‌ କରନ୍ତୁ। ମୋତେ ଲାଗୁଛି, ମୁଁ ହିଁ ସେହି ବ୍ୟକ୍ତି, ଯିଏ ଚିନ୍ତା କରୁଛି ଅହାନ୍‌ ଠିକ୍‌ ଲୋକ ହାତରେ ଅଛନ୍ତି। ଫିଲ୍ମର ଡାଇରେକ୍ସନ ମିଲନ୍‌ ଲଥୁରିୟା କରୁଛନ୍ତି। ତାରା ସୁତାରିୟା ଜଣେ ଷ୍ଟାର୍‌, ଯଦି ଅହାନ୍‌ ପରିଶ୍ରମ କରନ୍ତି ଏବଂ ଭାଗ୍ୟ ତାଙ୍କ ସାଥିରେ ଥାଏ, ତା’ହେଲେ ତାଙ୍କୁ କିଏ ବି ରୋକିପାରିବ ନାହିଁ’।

su2

ଅହାନ୍‌ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ନାଁ ‘ତଡ଼ପ’ ହେବ। ଏମିତିରେ ଅହାନ୍‌ ନିଜ ବଲିଉଡ୍‌ ଡେବ୍ୟୁ ଛଡ଼ା ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସେ ବିଗତ କିଛିଦିନ ହେବ ଫ୍ୟାଶନ ଡିଜାଇନର୍‌ ତାନ୍ୟା ଶ୍ରଫ୍‌ଙ୍କୁ ଡେଟ୍‌ କରୁଛନ୍ତି। ଦୁଇଜଣଙ୍କୁ ଅନେକ ଥର ଏକାଠି ଦେଖାଯାଇଛି। ନିକଟରେ ନୂଆବର୍ଷ ଅବସରରେ ଏହି କପଲ୍‌ ଛୁଟି କଟାଇବାକୁ ଆମେରକା ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.