Below header

ଯାଜପୁର: ବିଦ୍ୟାଧରପୁରରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ଥାନା ବିଦ୍ୟାଧରପୁର ଅଂଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ। ଏଥିସହ ଏହି ବ୍ୟବସାୟରେ ଲିପ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ, ଡିଏସପି ଦିପକ ଗୋଛୟତ ସଦଳବଳ ଏଠାରେ ଅତର୍କିତ ଚଢ଼ାଉ କରିଥିଲେ।

zardaଏହି ସମୟରେ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେଠାରୁ ବହୁ ନକଲି ଜର୍ଦ୍ଦା, ସରଞ୍ଜମକୁ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.