Below header

ବିବାହ ପରେ ନିଜକୁ କୁଆଁରୀ ପ୍ରମାଣ କରିବା ପାଇଁ ମହିଳା କରୁଛନ୍ତି ସର୍ଜରୀ, ୨୨ କ୍ଲିନିକ ଉପରେ ଆସିଛି ଗମ୍ଭୀର ଆରୋପ

ବିବାହ ପରେ ଚତୁର୍ଥୀ ରାତିରେ ନିଜକୁ କୁଆଁରୀ ବୋଲି କହିବା ପାଇଁ ଆଜି କାଲିର ମହିଳାମାନେ ବିବାହ ପୂର୍ବରୁ ନିଜର ପ୍ରାଇଭେଟ ପାର୍ଟର ଅପରେସନ୍‌ କରୁଛନ୍ତି। ଯେଉଁଥିପାଇଁ ଝିଅମାନେ ସିକ୍ରେଟ କ୍ଲିନିକ୍‌ ଯାଉଛନ୍ତି ଏବଂ ଡାକ୍ତର ସେମାନଙ୍କ ଡିମାଣ୍ଡ ଅନୁଯାୟୀ ମାତ୍ର କେଇ ଘଣ୍ଟାର ଅପରେସନ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ନିକଟରେ ହିଁ ଏହାର ଖୁଲାସା ଲଣ୍ଡନରେ ହୋଇଛି।

surgeryସୂଚନା ଅନୁଯାୟୀ ଲଣ୍ଡନରେ ଏମିତି ୨୨ କ୍ଲିନିକକୁ ଚିହ୍ନଟ କରାଯାଇଛି, ଯେଉଁଠି ବ୍ରିଟିସ୍‌ ଡାକ୍ତର ପାରମ୍ପରିକ ପରିବାରର ପ୍ରେସରର ଆସିଥିବା ମହିଳାଙ୍କର ‘ଭର୍ଜିନିଟୀ ରିପେୟାର’ ଅପରେସନ୍‌ କରୁଛନ୍ତି ଏବଂ ଏହାଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହିଭଳି କ୍ଲିନିକ ଚଲାଉଥିବା ଡାକ୍ତରଙ୍କ ଉପରେ ରୋଗୀଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ଆସିଛି। ରିପୋର୍ଟ ଅନୁଯାୟୀ ଏମିତି ଅପରେସନ୍‌ କରୁଥିବା ମହିଳା ନିଜକୁ କୁଆଁରୀ ବୋଲି ପ୍ରମାଣ କରିବାକୁ ଏପରି କରୁଛନ୍ତି।

loveକଣ ହୋଇଥାଏ ଅପରେସନରେ?

ଏହି ଅପରେସନକୁ ସାଧାରଣତଃ ହାଇମନ ରିପ୍ୟାରିଂ ଭାବରେ ଧରାଯାଏ। ଏହି ଅପରେସନରେ ପ୍ରାଇଭେଟ୍‌ ପାର୍ଟର ପ୍ରବେଶ ଦ୍ୱାରରେ ତ୍ୱଚାର ଏକ ପରସ୍ତ ନିର୍ମାଣ କରାଯାଏ। ଏହା ସେମିତି ଫାଟିଥାଏ ଯେମିତି ଜଣେ ମହିଳା ପ୍ରଥମ ଥର ଇଣ୍ଟରକୋର୍ସ କରନ୍ତି।

ସାଧାରଣତଃ ଆମ ସମାଜରେ ରହିଆସିଛି ଯେ ଯଦି ହାଇମନ ପୂର୍ବରୁ ଫାଟିଥାଏ ତେବେ ମହିଳା ପୂର୍ବରୁ ବି ସମ୍ଭୋଗ କରିସାରିଛନ୍ତି। ଏମିତି ମାମଲାରେ ଅନେକ ବିବାହ ମଧ୍ୟ ଭାଙ୍ଗି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.