ବିଜୟ ପରେ ମଧ୍ୟ ମା ହେମାମାଳିନୀଙ୍କ ସହ ସଂସଦରେ ବସି ପାରିବେନି ସନ୍ନି ଦେଓଲ, ଜାଣନ୍ତୁ କାରଣ

୨୦୧୯ ଲୋକସଭା ନିର୍ବାଚନରେ ଅନେକ ବଲିଉଡ କଳାକାରମାନେ ରାଜନୀତି ମୈଦାନକୁ ଓହ୍ଲାଇଥିବା ବେଳେ କିଛି କଳାକାର ସଫଳତା ପାଇଛନ୍ତି ଏବଂ କିଛି କଳାକାରଙ୍କୁ ହାରିବାକୁ ପଡ଼ିଛି। ଏହି ଷ୍ଟାର ଲିଷ୍ଟ ମଧ୍ୟରେ ସନ୍ନି ଦେଓଲ ବିଜେପି ପକ୍ଷରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ। ସେହିପରି ତାଙ୍କ ମା ହେମାମାଳିନୀ ମଧ୍ୟ ବିଜେପି ପକ୍ଷରୁ ବିଜୟ ହାସଲ କରିଛନ୍ତି। କିନ୍ତୁ ବିଜୟ ହାସଲ କରିବା ପରେ ମଧ୍ୟ ଗୋଟିଏ ପରିବାରର ଦୁଇ ସଦସ୍ୟ ଏକାଠି ସଂସଦରେ ବସି ପାରିବେ ନାହିଁ।

ଜାଣନ୍ତୁ କଣ ରହିଛି ଏହାର କାରଣ:

sunny with hemamaliniସଂସଦରେ ହେମାମାଳିନୀ ଏବଂ ସନ୍ନି ଦେଓଲ ଏକାଠି ବସିବାର କାରଣ କେବଳ ସମ୍ପର୍କରେ ଫାଟ ସୃଷ୍ଟି ହେବ ନୁହେଁ ବଂର ଅନ୍ୟ କିଛି କାରଣ ରହିଛି। ସୂଚନା ଅନୁଯାୟୀ ହେମାମାଳିନୀ ରାଜନୀତିରେ ପୁରୁଣା ହୋଇଥିବା ବେଳେ ସନ୍ନି ଦେଓଲ ପ୍ରଥମ ଥର ପାଇଁ ସଂସଦରେ ଯୋଗ ଦେଇଛନ୍ତି। ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢି ଥିଲେ। ସେ କଂଗ୍ରେସ ପ୍ରାର୍ଥି ସୁନୀଲ ଜାଖଡ଼ଙ୍କ ବିପକ୍ଷରେ ନିର୍ବାଚନ ଲଢି ତାଙ୍କୁ ୮୨୪୫୯ ଖଣ୍ଡ ଭୋଟରେ ହରାଇଥିଲେ। ସୂଚନା ଅନୁଯାୟୀ ଏହି ଆସନର ବିଜେପିର ପାରମ୍ପରିକ ଆସନ ବୋଲି ଅନୁମାନ କରାଯାଏ। ପୂର୍ବଥର ଏହି ଆସନରୁ ଅଭିନେତା ବିନୋଦ ଖନ୍ନା ନିର୍ବାଚନ ଲଢିଥିଲେ।

hemamaliniସେହିପରି ୟୁପିରୁ ଦ୍ବିତୀୟ ଥର ହେମାମାଳିନୀ ବିଜୟ ହାସଲ କରିଛନ୍ତି। ଚଳିତ ବର୍ଷ ହେମାମାଳିନୀ ରାଷ୍ଟ୍ରିୟ ଲୋକଦଳର ନେତା କୁନାଲ ନରେନ୍ଦ୍ର ସିଂହଙ୍କ ବିପକ୍ଷରେ ନିର୍ବାଚନ ଲଢି ତାଙ୍କୁ ୨୯୩୪୭୧ ଭୋଟରେ ହରାଇଥିଲେ। ରିପୋର୍ଟ ଅନୁଯାୟୀ ୨୦୧୪ ଲୋକସଭା ନିର୍ବାଚନରେ ହେମା ୩୩୦୭୪୩ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.