ନୀଳ ଲୁଙ୍ଗି ପିନ୍ଧି ଡାକ୍ତରାଣୀ ହୋଇଛନ୍ତି ସନି ଲିଓନି, ଏମିତି କରୁଛନ୍ତି ରୋଗୀଙ୍କ ସେବା

ବଲିଉଡର ଚାର୍ମିଂ ଅଭିନେତ୍ରୀ ସନି ଲିଓନି ନିଜର ବୋଲ୍ଡ ଲୁକ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଆପଣ ଜାଣନ୍ତି କି ସନି ଲିଓନି ଏବେ ସିଜଲିଙ୍ଗ ଷ୍ଟାରରୁ କ୍ୟୁଟ ଡାକ୍ତରାଣି ବନିଯାଇଛନ୍ତି । ଅନ୍ୟ ଅଭିନେତ୍ରୀଙ୍କ ମଧ୍ୟରେ ସନି ଲିଓନିଙ୍କ ଭାଉ ଟିକେ ଅଲଗା । ସାଧାରଣତଃ ତାଙ୍କର ଫିଲ୍ମ ସବୁ ଟିକେ ହଟକେ ଥାଏ । ବୋଲ୍ଡ ସିନ ନ ଦେଲେ ଯେପରି ସନିଙ୍କ ମନ ବୁଝେନା । ତେବେ ଏହି ଭିଡ଼ିଓରେ ସନି ଏକ ସାଦାସିଧା ଝିଅ ଲୁକରେ ଥିଲେ ବି ବୋଲ୍ଡ ଲୁକକୁ ଛାଡ଼ି ନାହାଁନ୍ତି ।

ଅଭିନେତ୍ରୀରୁ ଡାକ୍ତର ବନିଲେ ସନି ଲିଓନି

ସନି ଲିଓନିଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଇ ହୋଇ ରହିଛି । ଯାହାକୁ ନିଜେ ଅଭିନେତ୍ରୀ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓରେ ଅଭିନେତ୍ରୀ ସନି ଲିଓନି ଡାକ୍ତର ହୋଇ ରୋଗୀଙ୍କ ସେବା କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ସନି ଲିଓନିଙ୍କ କିଛି ସୁଟିଂ ସେଟରୁ ଆସିଛି । ଭିଡିଓରେ ଅଭିନେତ୍ରୀ ଭ୍ୟାନିଟ ଭ୍ୟାନରେ ଥିବା ବେଳେ ରେଡ ବ୍ଲାଉଜ ସହ ବ୍ଲୁ ଲୁଙ୍ଗି ପିନ୍ଧିଥିବା ଦେଖାଯାଇଛି । ବେଣୀ ଛାଡ଼ିଥିବା ସନି ସିମ୍ପଲ ଡ୍ରେସରେ ବି ବୋଲ୍ଡ ଲାଗୁଛନ୍ତି ।

 

View this post on Instagram

 

A post shared by Sunny Leone (@sunnyleone)


ଡାକ୍ତର ହୋଇଥିବା ସନି ଦେଖାଉଛନ୍ତି ମସ୍ତିଭରା ଲୁକ୍‌

ସନିଙ୍କ ଡ୍ରେସିଂ ଟେବଲ ଆଗରେ ଜରେ ବ୍ୟକ୍ତି ବସିଥିବା ଦେଖାଯାଇଛି । ତାଙ୍କ ଗୋଡ଼ରେ କିଛି ଆଘାତ ଲାଗିଥିବ ବେଳେ ସନି ତାଙ୍କର ଚିକିତ୍ସା କରୁଥିବା ଦେଖାଯାଇଛି । ଚିକିତ୍ସା କରୁଥିବା ସନିଙ୍କ ମସ୍ତିଭରା ସ୍ୱଭାବକୁ ତାଙ୍କର ପ୍ରଶଂସକମାନେ ବେଶ ଉପଭୋଗ କରୁଛନ୍ତି । ଅଭିନେତ୍ରୀଙ୍କ ଏହି ଭିଡିଓ କିଛି ଘଣ୍ଟା ମଧ୍ୟରେ ଲକ୍ଷାଧିକ ୟୁଜର୍ସ ଦେଖିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.