ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ମୃତ୍ୟୁ କ’ଣ ସତରେ ହୋଇଯାଇଛି, MI6 ମୁଖ୍ୟଙ୍କ ଦାବିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଏବେ ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ମୃତ୍ୟୁକୁ ନେଇ ଏକ ଖବର ଉଡ଼ିବାରେ ଲାଗିଛି । ଏକ ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ତା ଅତ୍ୟନ୍ତ ଖରାପ ଯୋଗୁ ତାଙ୍କୁ ମେଡିକାଲରେ ଆଡମିଟ କରାଯାଇଛି । ସେ ରକ୍ତ କର୍କଟରେ ପୀଡିତ ଯୋଗୁ ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ତା ଖରାପ ଆଡକୁ ଗତି କରୁଥିଲା । ତାଙ୍କର ହୁଏତ ମୃତ୍ୟୁ ହୋଇଯାଇଛି ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଭଳି ଦାବି କରିଛନ୍ତି MI6 ମୁଖ୍ୟ । କୁହାଯାଉଛି ପୁଟିନଙ୍କ ବଦଳରେ ତାଙ୍କର ଡମି ବା ଡବଲ ବ୍ୟକ୍ତିକୁ ସର୍ବ ସମ୍ମୁଖକୁ ଅଣାଯାଉଛି ।

ତେବେ ମିଡିଆ ଆଗରେ ଏବେ ଯେଉଁ ତାଙ୍କର ଉପସ୍ଥିତି ଦେଖାଯାଉଛି ତାହା ପୂର୍ବ ରେକର୍ଡ ବୋଲି ଦାବି କରାଯାଉଛି । ପୁଟିନଙ୍କ ମୃତ୍ୟୁକୁ ଲୁଚାଇ ରଖାଯାଇଛି । କାଳେ କ୍ରେମଲିନ କ୍ରୋନିଜ କ୍ଷମତା ଦଖଲ କରିନେବେ ଓ ୟୁକ୍ରେନ ଯୁଦ୍ଧ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ ସେଥି ନେଇ ପୁଟିନଙ୍କ ମୃତ୍ୟୁକୁ ଲୁଚାଇ ରଖାଯାଇଛି । ତାଙ୍କର ମୃତ୍ୟୁ ହୋଇଥିବା ନେଇ ବହୁତ ସମ୍ଭାବନା ରହିଛି । ହେଲେ ଏହା ଜାଣିବା ଅସମ୍ଭବ ।

କୁହାଯାଉଛି ପୁଟିନ କିିଛି ତାଙ୍କର ଅତି ପ୍ରିୟ ଓ ଆଜ୍ଞାକାରୀ ଅଫିସରଙ୍କୁ ନେଇ କାମ କରୁଥିଲେ । ଯେ କି ପୁଟିନଙ୍କ ମୃତ୍ୟୁ ଖବରକୁ ଲୁଚାଇଛନ୍ତି । ଯଦି ପୁଟିନଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଯାଏ ତେବେ ୟୁକ୍ରେନ ଯୁଦ୍ଧରୁ ସେନା ମୁଖ୍ୟ ଓହରି ଆସିବେ । କ୍ରେମିଲିନ କ୍ଷମତା ମାଡ଼ି ବସିବେ । ସେଥିପାଇଁ ପୁଟିନଙ୍କ ସ୍ଥାନରେ ତାଙ୍କର ଡମି କାମ ଚଳାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.