ସୁଶାନ୍ତ ଓ ଅଙ୍କିତାଙ୍କର ଏହି ରୋମାଣ୍ଟିକ୍‌ ଗୀତ ରିଲିଜ୍‌ ହୋଇପାରିନଥିଲା, ଏବେ ହେଉଛି ଭାଇରାଲ; ଦେଖନ୍ତୁ ଭିଡିଓ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫ୍ୟାନ୍‌ମାନେ ତାଙ୍କ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ସୁଶାନ୍ତ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜ ଆକ୍ଟିଂ ମାଧ୍ୟମରେ ଲୋକଙ୍କୁ ନିଜ ଦିଓ୍ଵାନା ବନାଇ ଦେଇଥିଲେ। ଏଣୁ ଏବେ ତାଙ୍କ ନିଧନ ପରେ ସମସ୍ତେ ତାଙ୍କୁ ଝୁରୁଛନ୍ତି। ତେବେ ଏବେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଗୀତଟି ସୁଶାନ୍ତ ଓ ଅଙ୍କିତାଙ୍କୁ ନେଇ ସୁଟିଂ କରାଯାଇଥିଲା। ଏହି ଭିଡିଓ ପବିତ୍ର ରିସ୍ତା ସିରିୟଲ ବେଳର। ମାତ୍ର ଏବେ ଯାଏଁ ଗୀତଟି ରିଲିଜ୍‌ ହୋଇପାରିନାହିଁ।

ଦେଖନ୍ତୁ ଭିଡିଓ:

Video Courtesy: Zee Music Company

ସୁଶାନ୍ତ ଓ ଅଙ୍କିତାଙ୍କର ଏହି ଗୀତର ନାଁ ରହିଛି ଜେସେ ହୋ ୱେସି ରହୋ। ଏହି ଗୀତଟି ସେତେବେଳେ ରିଲିଜ୍‌ ହୋଇପାରିନଥିଲା। ମାତ୍ର ସୁଶାନ୍ତଙ୍କ ସୁଇସାଇଡ୍‌ ପରେ ଗୀତଟି ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୁଶାନ୍ତ ଓ ଅଙ୍କିତା ରୋମାନ୍ସ କରୁଥିବା ଦେଖାଯାଇଛି। ୟୁଟ୍ୟୁବ୍‌ରେ ଗୀତକୁ ୧ କୋଟି ୬୪ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଏହି ରୋମାଣ୍ଟିକ୍‌ ଗୀତକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

Sushant Singh Rajput Death: Ankita Lokhande to Host Prayer Meet ...

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ ପରସ୍ପରକୁ ପ୍ରାୟ ୬ ବର୍ଷ ଯାଏଁ ଡେଟ୍‌ କରୁଥିଲେ। ମାତ୍ର ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ପ୍ରକାଶ ଯେ ଜୁନ୍‌ ୧୪ ତାରିଖ ଦିନ ସୁଶାନ୍ତ ନିଜ ଘରେ ସୁଇସାଇଡ୍‌ କରିଥିଲେ। ପୋଲିସ ମାମଲାର ଯାଞ୍ଚ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.