Below header

ICC ଉପରେ ବିସିସିଆଇ ଖପ୍ପା ! ଟି-20 ବିଶ୍ୱକପ ଆୟୋଜନକୁ ନେଇ ଲାଗି ରହିଛି ଟଣାଓଟରା

ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ହେବାକୁ ଥିବା ଟି- 20 ବିଶ୍ୱକପ ତାରିଖକୁ ବାରମ୍ବାର ଟାଳିବାରେ ଲାଗିଛି । ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଆଇସିସିର ଏପରି ହାବଭାବରେ ଜମା ବି ଖୁସି ନାହିଁ । ଆଇଆସିସି ଗଭର୍ଣ୍ଣିଙ୍ଗ ବଡ଼ିର ଏପରି ବ୍ୟବହାରରେ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇଗଲାଣି ବିସିସିଆଇ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିସିସିଆଇ । ବିଶ୍ୱକପକୁ ନେଇ ଆଇସିସି କଣ ନିଷ୍ପତ୍ତି ନେବ ତାହା ଉପରେ ସେତେଟା ଗୁରୁତ୍ୱ ଦେଉନାହିଁ ବିସିସିଆଇ । ଏକ ଖବର ସଂସ୍ଥା ରିପୋର୍ଟ ଅନୁଯାୟୀ, ଆଇପିଏଲର ତାରିଖ ଏକପ୍ରକାର ଠିକ କରିସାରିଲେଣି ବିସିସିଆଇ । ତାହାକୁ ଆଖି ଆଗରେ ରଖି ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିସିସିଆଇ । ବିସିସିଆଇ କୋଷାଧକ୍ଷ ଅରୁଣ ଧୁମାଳ କହିଛନ୍ତିକି, “ଚଳିତ ବର୍ଷର ଆରମ୍ଭ ଖୁବ ଖରାବ ରହିଛି । କିନ୍ତୁ ସମୟ ସହିତ ତାଳ ଦେଇ ହିଁ ଆମକୁ କାମ କରିବାକୁ ପଡିବ ।

କୌଣସି ପରିସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏବେକା ସମୟରେ ବିସିଏସିଆଇ ନିଜେ ହିଁ ନିଜର ସମସ୍ତ ଯୋଜନା ଆରମ୍ଭ କରିଦେବା ଉଚିତ ।” ଗତ ବର୍ଷ ଅକ୍ଟୋବର ମାସରେ ବିସିସିଆଇର ଗୁରୁତ୍ତ୍ୱପୂର୍ଣ ଆସନରେ ବସିଥିବା ଅଧିକାରୀ ମାନେ ପୂର୍ବ ସ୍ଥିତିକୁ ଫେରେଇ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । କିଛି ଦିନ ହେବ କରୋନା କାରଣରୁ ବନ୍ଦ ହୋଇଥିବା ସମସ୍ତ ଖେଳକୁ ପୁଣି ଥରେ ଆରମ୍ଭ କରାଯିବାକୁ ଚେଷ୍ଟା ଆରମ୍ଭ କରି ଦିଆଯାଇଛି । ସେ ଏହା ମଧ୍ୟ କହିଛନ୍ତିକି, ଆମେରିକାରେ ଏନବିଏ, ଇଂଲିଶ ପ୍ରିମିୟର ଲିଙ୍ଗ, ବୁନ୍ଦେସଲିଗ ଆରମ୍ଭ କରି ଦିଆୟାଜିଛି । ଖାଲି ସେତିକି ନୁହେଁ ଅଷ୍ଟ୍ରେଲିଆରେ ବି ଘରୋଇ ରଗବୀ ଖେଳ ଆରମ୍ଭ ହୋଇଯାଇଛି । ବିସିସିଆଇ ଅନୁଯାୟୀ ବିଶ୍ୱକପକୁ ଆୟୋଜନ ତାରିଖକୁ ନେଇ ପୂର୍ବରୁ ହିଁ ଅନେକ ସମୟ ହରେଇ ସାରିଲାଣି ଆଇସିସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.