Below header

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ଭଲ ନଥିବାରୁ ଗର୍ଭବତୀଙ୍କୁ କାନ୍ଧେଇ କାନ୍ଧେଇ ନେଲେ ପରିବାର ଲୋକେ

ଉମରକୋଟ: ବର୍ଷା ଋତୁ ଆସିବା ମାତ୍ରେ ଆଜି ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ନୀତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । କେଉଁଠି ରାସ୍ତା ଭଲ ନଥିବାରୁ ଲୋକେ ଦୀର୍ଘ କିଲୋମିଟର ବାଟ ଚାଲି ଚାଲି ଯାଇଥାନ୍ତି ତ କେଉଁଠି ଡଙ୍ଗାରେ ପାରି ହୋଇ ଏ ଗାଁରୁ ସେ ଗାଁ ଯାଇଥାନ୍ତି । ଏହାସହ  ଆମେ ଅନେକ ଥର ଶୁଣିଛେ ଯେ ରାସ୍ତା ଭଲ ନଥିବାରୁ ଗର୍ଭବତୀଙ୍କୁ କେତେ ବେଳେ ଖଟିଆରେ ତ କେତେବେଳେ ଲୋକଙ୍କ କାନ୍ଧରେ ବୁହାହୋଇ ଚିକିତ୍ସାଳୟକୁ ନିଆଯାଇଥାଏ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ବ୍ଲକରେ।

autoରାଜ୍ୟ ଓ କେନ୍ଦ୍ର ସରକାର ଗର୍ଭବତୀ ମହିଳାଙ୍କ ବିକାଶ ପାଇଁ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ହେଲେ ଏହି ସବୁ ଯୋଜନା କେବଳ କାଗଜ କଲମରେ ସୀମିତ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର କପାଟପାଣି ଗ୍ରାମରେ । ଏହି ଗ୍ରାମରେ ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତା । ଯାହାଙ୍କ ବୟସ ମାତ୍ର ୧୯ ବର୍ଷ । ଗତକାଲି ସକାଳ ପ୍ରାୟ ୬ଟା ରୁ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ ପରିବାର ବର୍ଗ ତଥା ଆଶାଦିଦି ୧୦୮ ଓ ୧୦୨ ଗାଡ଼ିକୁ ବାରମ୍ବାର ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଫଳରେ ଗ୍ରାମରେ ଗାଡ଼ି ପହଞ୍ଚି ପାରିନଥିଲା ।

pregnantସୂଚନା ଥାଉକି, କପାଟପାଣି ଗ୍ରାମଠାରୁ କିରିଙ୍ଗିମାଲ ଗ୍ରାମ ପର୍ଯ୍ଯନ୍ତ ଦୀର୍ଘ ପ୍ରାୟ ୫ କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏହା ସହିତ ଲାଗିରହିଛି ଲଗାଣ ବର୍ଷା । ଉପାୟ ଶୂନ୍ୟ ପରିବାର ଶେଷରେ ବାଧ୍ୟହୋଇ ଗର୍ଭବତୀ ମହିଳାଙ୍କୁ ପ୍ରଥମେ କିଛି ବାଟ କାଖେଇ କାଖେଇ ବୋହିବା ସହିତ ଶେଷରେ ଅଟୋରେ ନେଇଥିଲେ। ପରେ ଭଲ ରାସ୍ତାକୁ ଆଣିବା ପରେ ୧୦୮ ଗାଡ଼ି ଯୋଗେ ଚିକିତ୍ସାଳୟକୁ ନିଆଯାଇଥିଲା ।
ପ୍ରଥମେ ତାଙ୍କୁ ରାଇଘର ଓ ପରେ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି ଗତକାଲି ସନ୍ଧ୍ୟା ପାଞ୍ଚଟା ସମୟରେ ଲତା ସାନ୍ତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମା ଓ ଶିଶୁ ଉଭୟେ ସୁସ୍ଥ ଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.