Below header

ସକାଳୁ ସକାଳୁ ରାସ୍ତାରେ ବାଇକ୍‌ ରାଇଡ କଲେ ସୁଶାନ୍ତ ସିଂହ ରାଜପୁତ, ଭାଇରାଲ ହେଉଛି ଥ୍ରୋବ୍ୟାକ୍‌ ଭିଡିଓ ଆପଣ ବି ଦେଖନ୍ତୁ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କର ଅନେକ ନୂଆ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାସ୍‌ କରି ତାଙ୍କ ଫ୍ୟାନ୍ସ ସୁଶାନ୍ତଙ୍କର ଅନେକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ସୁଶାନ୍ତଙ୍କ ରାଜପୁତଙ୍କ ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ସେ ସକାଳୁ ସକାଳୁ କାଜୁଆଲ କପଡାରେ ହେଲମେଟ ପିନ୍ଧି ବାଇକ ରାଇଡର ମଜା ନେଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ସୁଶାନ୍ତ ବାଇକ ରାଇଡରର ଖୁବ୍‌ ମଜା ନେଉଥିବା ଦେଖିବାକୁ ମିଳୁଛି। ସୁଶାନ୍ତଙ୍କ ଏହି ଭିଡିଓ ତାଙ୍କ ଫ୍ୟାନ ପେଜରୁ ସେୟାର କରିଛନ୍ତି।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତଙ୍କୁ ବାଇକ୍‌ ବହୁତ ସଉକ୍‌ ଥିଲା। କଲେଜ ଟାଇମର ସେ ପିଲାଙ୍କୁ ପଢ଼ାଇ ବାଇକ୍‌ କିଣିଥିଲେ। ତାଙ୍କ ପାଖରେ ବହୁତ ଲଗଜୁରୀ ଗାଡି ମଧ୍ୟ ଥିଲା। ସୁଶାନ୍ତଙ୍କର ବହୁତ ବଡ ବଡ ସ୍ୱପ୍ନ ଥିଲା। ସେ ନିଜର ବହୁତ ଗୁଡିଏ ସ୍ୱପ୍ନକୁ ନୋଟ କରିଥିଲେ। ସୁଶାନ୍ତଙ୍କ ବାଇକ ରାଇଡର ଏହି ଭିଡିଓକୁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ସୁଶାନ୍ତ ସିଂହ ରାଜପୁତ ୧୪ ଜୁନରେ ନିଜ ଆପାର୍ଟମେଣ୍ଟରେ ମୃତ ମିଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.