Below header

ପୁଣି ଭାଇରାଲ ହେଲା ସୁଶାନ୍ତଙ୍କ ଥ୍ରୋ ବ୍ୟାକ ଭିଡିଓ, ସଲମାନଙ୍କ ଗୀତରେ ଏମିତି ଜବରଦସ୍ତ ଡ୍ୟାନ୍ସ କରିଥିଲେ ଆକ୍ଟର

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ ମାସ ପୁରିବାକୁ ଯାଉଛି । ମାତ୍ର ୩୪ ବର୍ଷ ବୟସରେ ହିଁ ବଲିଉଡର ଏହି ଯୁବ ଅଭିନେତା ଦୁନିଆ ଛାଡି ଚାଲି ଯାଇଛନ୍ତି । ଗୋଟେ ପଟେ ଏହି ଦୁଖଦ ଘଟଣାକୁ ତାଙ୍କ ଫ୍ୟାନ୍ସ ମାନେ ଭୁଲିପାରିନଥିବା ବେଳେ ଏହି କଳାକାର ଜଣଙ୍କର ଏକ ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଏହି ଭିଡିଓ ଟିରେ ସୁଶାନ୍ତ ସଲ୍ମାନ ଖାଁଙ୍କ ଏକ ଗୀତରେ ଜବରଦସ୍ତ ଅନ୍ଦାଜରେ ନାଚୁ ଥିବାର ନଜର ଆସିଛନ୍ତି ।

ସୁଶାନ୍ତଙ୍କ ଏହି ଭିଡିଓରେ ତାଙ୍କ ଫ୍ୟାନ୍ସ ମାନେ ବି ଖୁବ କମେଣ୍ଟ କରୁଥିବା ଦେଖାଦେଉଛି । ଖାଲି କମେନ୍ଟ କରୁନାହାନ୍ତି ନିଜ ନିଜ ମତ ବି ରଖୁଛନ୍ତି | କହିରଖିବା ଉଚିତ ହେବକି ଏହି ନିକଟରେ ହିଁ ଆକ୍ଟରଙ୍କର ଆଉ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା | ଯେଉଁଥିରେ ସେ ନିଜ ପରିବାର ସହିତ ଭକ୍ତିପୂର୍ଣ୍ଣ ଅନ୍ଦାଜରେ ଭଜନ କରୁଥିବାର ନଜର ଆସିଥିଲେ । ଏହି ଭିଡିଓରେ ସେ ନିଜ ପରିବାର ସହ କାଳ ସର୍ପ ଦୋଷ ନିବାରଣ ନେଇ ପରିବାର ସହ ଏକ ପୂଜା କରୁଥିବାର ଜଣା ଯାଇଥିଲା । ସୁଶାନ୍ତଙ୍କ ବ୍ୟତୀତ ତାଙ୍କ ଭଉଣୀ ଓ ଭିଣୋଇ ମଧ୍ୟ ଏଥିରେ ନଜର ଆସିଥିଲେ ।

 

View this post on Instagram

 

#sushantsinghrajput #rip🙏 #viralbhayani @bollywoodpap

A post shared by Bollywood Pap (@bollywoodpap) on

କହିରଖିବା ଉଚିତ ହେବକି, ସୁଶାନ୍ତ ସିଂହ ରାଜପୁତ ଟିଭି ସିରିଏଲ “କିସ ଦେଶ ମେ ହେ ମେରା ଦିଲ”ରୁ ନିଜ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସୁଶାନ୍ତ “ପବିତ୍ର ରିସ୍ତା”ରେ ମୁଖ୍ୟ ଭୂମିକା ନିଭେଇଥିଲେ । ଏହିଥିରୁ ହିଁ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ “ଜରା ନଚକେ ଦିଖା” ଓ “ଝଲକ ଦିଖ ଲାଯା” ପରି ରିୟାଲିଟି ଶୋ”ରେ ଜବରଦସ୍ତ ଅନ୍ଦାଜରେ ସମସ୍ତଙ୍କ ଠାରୁ ବାହାବା ନେଇଥିଲେ । ଫିଲ୍ମ “କାଇ ପୋ ଚେ” ରୁ ବଲିଉଡରେ ପାଦ ଥାପିଥିଲେ ଏହି ଆକ୍ଟର । ଏହା ପରେ ସୁଦ୍ଧ ଦେଶୀ ରୋମାନ୍ସ, ସୋନ ଚିଡିୟା, ଏମ. ଏସ ଧୋନି, ଛୀଛୋରେ, କେଦାର ନାଥ ପରି ଫ୍ଲିମରେ ନିଜ ଅଭିନୟର ଯାଦୁ ଦେଖେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.