ସୁଶାନ୍ତଙ୍କ ମୃତ୍ୟୁର ବଦ୍‌ଲା ନେଲେ ଫ୍ୟାନ୍‌, ରିଲିଜ୍‌ ହେଉ ହେଉ ‘ସଡ଼କ ୨’ର ଟ୍ରେଲରକୁ ମିଳିଲା ୧୫ ଲକ୍ଷ ଡିସ୍‌ଲାଇକ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ଭଟ୍ଟ। ଏହି ଟ୍ରେଲର ରିଲିଜ୍‌ ହେବା ପରେ ଲୋକମାନେ ଆଲିଆଙ୍କୁ ପୁଣିଥରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏଥିସହ ମହେଶ ଭଟ୍ଟଙ୍କ ଉପରେ ମଧ୍ୟ ହିନ୍ଦୁ ବିରୋଧୀ ହେବା ନେଇ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବ୍‌ରେ ଲାଇକ୍‌ କମ୍‌ ଡିସ୍‌ଲାଇକ୍‌ ଅଧିକ ମିଳୁଥିବା ଦେଖାଯାଇଛି।

ଦେଖନ୍ତୁ ଟ୍ରେଲର:

Video Courtesy: FoxStarHindi

ଟ୍ରେଲରରେ ଜଣେ ବାବା ଓ ତାଙ୍କ ଆଶ୍ରମରେ ଚାଲୁଥିବା କୁକର୍ମ ବିଷୟରେ ଦେଖିବାକୁ ମିଳିଛି। ମକରନ୍ଦ ଦେଶପାଣ୍ଡେ ଏହି ଫିଲ୍ମରେ ଭିଲେନ୍‌ ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲରରେ ତାଙ୍କ ଆଶ୍ରମ ଓ ଶିଷ୍ୟମାନେ ଖରାପ କାମରେ ଲିପ୍ତ ଥିବା ଦେଖିବାକୁ ମିଳିଛି। ତାଙ୍କୁ ଜଣେ ସାଧୁ କମ୍‌ ତାନ୍ତ୍ରିକ ବେଶରେ ଦେଖିବାକୁ ମିଳିଛି। ହିନ୍ଦୁ ଧର୍ମର ପୂଜା ପ୍ରକ୍ରିୟାକୁ ମଜାକ୍‌ ଉଡ଼ାଇଥିବା ନେଇ ହିନ୍ଦୁବାଦୀ ଲୋକମାନେ ମହେଶ ଭଟ୍ଟଙ୍କ ଉପରେ ଆରୋପ ଲଗାଇଛନ୍ତି। ତାଙ୍କୁ କହିଛନ୍ତି ଯେ ବଲିଉଡ୍‌ ଅନ୍ୟ ଧର୍ମ ଉପରେ ଆଙ୍ଗୁଳି ଉଠାଇବାକୁ ଡରେ। କେବଳ ସନାତନ ଧର୍ମକୁ ବାରମ୍ବାର ଟାର୍ଗେଟ କରୁଛନ୍ତି।

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ‘ସଡ଼କ ୨’ରେ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି। ଆଲିଆ ଷ୍ଟାରକିଡ୍‌ ହୋଇଥିବାରୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଫ୍ୟାନ୍‌ମାନେ ତାଙ୍କୁ ପ୍ରବଳ ଟ୍ରୋଲ୍‌ କରୁଛନ୍ତି। ଏଣୁ ସଡ଼କ ୨ର ଟ୍ରେଲରକୁ ଏବେ ଯାଏଁ ୧.୫ ମିଲିୟନ୍‌ ବା ୧୫ ଲକ୍ଷ ଡିସ୍‌ଲାଇକ୍‌ କରିଥିବା ବେଳେ ମାତ୍ର ୧.୩ ଲକ୍ଷ ଲାଇକ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.