Below header

ବିଜେପି ନେତାଙ୍କ ଚାଞ୍ଚଲ୍ୟକର ବୟାନ- ‘ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ମାରି ଦିଆଯାଇଛି’

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ବିହାର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛି। ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁଶାନ୍ତ ସିଂହ ମାମଲାରେ କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏଣୁ ମାମଲାକୁ ଗୁରୁତ୍ୱର ସହ ନେଉନାହିଁ। ଇତି ମଧ୍ୟରେ ବିହାର ସରକାର ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଇବାକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ କରିବାକୁ ଦାବି ହେଉଛି। ଇତି ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ମଙ୍ଗଳବାର ଦିନ ନୀତିଶ କୁମାର କହିଛନ୍ତି ସୁଶାନ୍ତଙ୍କ ବାପାଙ୍କ ଅନୁରୋଧକ୍ରମେ ସେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.