ମୃତ୍ୟୁପରେ ପ୍ରଥମଥର ପାଇଁ ମୁଂହ ଖୋଲିଲେ ସୁଶାନ୍ତଙ୍କ ପରିବାର, ନିଜର ଏକମାତ୍ର ଲାଡଲା ପାଇଁ ଲେଖିଲେ ଏହିସବୁ କଥା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ନେଇ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖିତ । ପ୍ରଶଂସକମାନେ ସୋସିଆଲ ମିଡିଆରେ ଏବେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ତେବେ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ତାଙ୍କ ମୃତ୍ୟୁପରେ ପ୍ରଥମ ଥର ପାଇଁ ଏକ ବୟାନ ଦେଇଛନ୍ତି । ଏହି ବୟାନରେ ସେମାନେ କହିଛନ୍ତି ଯେ ସାରା ଦୁନିଆର ସୁଶାନ୍ତ ସିଂ ରାଜପୁତ ଆମର ଏକମାତ୍ର ଏବଂ ଦୁଲାରା ଗୁଲଶନ ।

ସେ ନିଜର ପ୍ରଶଂସକମାନଙ୍କୁ ବହୁତ ଭଲ ପାଉଥିଲେ । ଆପଣମାନେ ସମସ୍ତେ ଆମ ଗୁଲସନ ପାଇଁ ଯେଉଁ ଭଲପାଇବା ଦେଇଛନ୍ତି ସେଥିପାଇଁ ସାରା ପରିବାର ଆପଣଙ୍କ ପାଖରେ ଚିର କୃତଜ୍ଞ । ଏଠାରେ କହି ରଖିବୁ ଯେ ଜୁନ୍ 14 ରେ ସୁଶାନ୍ତ ସିଂ ମୁମ୍ବାଇର ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ ସମେତ ସମଗ୍ର ଦେଶ ବିହାରର ଲୋକମାନେ ମଧ୍ୟ ନିରାଶ ଓ ହତାଶ ହୋଇଛନ୍ତି । ସୁଶାନ୍ତ ସିଂ ରାଜପୁତ 21 ଜାନୁଆରୀ 1986 ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.