କମ୍‌ ବୟସରୁ ଚୁଟି ପାଚୁଥିଲେ, ରସୁଣ ସହ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ

ଖରାପ ଖାଦ୍ୟପେୟ, ପ୍ରଦୂଷଣ ଓ ବର୍ତ୍ତମାନର ଜୀବନଶୈଳୀ ଯୋଗୁ ଶରୀରରେ ଭିଟାମିନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଏହି କାରଣରୁ କେଶ ମଧ୍ୟ ଧଳା ହେବା ଭଳି ସସମ୍ୟା ଦେଖାଯାଏ। ଯଦି କମ୍‌ ବୟସରେ ଚୁଟି ଧଳା ହୋଇଗଲା ତେବେ ତ କଥା ସରିଲା। ଚୁଟି ଧଳା ହୋଇଗଲେ ବର୍ତ୍ତମାନର ପିଲାମାନେ ବଜାରର ବିଭିନ୍ନ ରାସାୟନିକ ମିଶା ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ଫଳରେ ଚୁଟି ରୁକ୍ଷ ହୋଇଯାଉଛି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। କେବଳ ରସୁଣରେ କେତେକ ଜିନିଷ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା କେଉଁ ୩ଟି ଜିନିଷ ସହ ରସୁଣ ମିଶାଇ କେଶରେ ଲଗାଇବା ଦ୍ୱାରା ଧଳା କେଶ ସମସ୍ୟା ଦୂର ହୋଇଥାଏ…

garlic

 

ରସୁଣ ଓ ପିଆଜ:

ସମାନ ପରିମାଣର ରସୁଣ ଓ ପିଆଜକୁ ମିଶାଇ ଏହି ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ୨୦-୩୦ ମିନିଟ୍‌ ପରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏଭଳି କରନ୍ତୁ, ଧଳା ବାଳ ସମସ୍ୟା ଦୂର ହେବ।

ରସୁଣ ଓ ମହୁ:

Raw garlic and honey for weight loss - Times of India

ଗୋଟେ ରସୁଣକୁ ବାଟି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏଁ ମୁଣ୍ଡରେ ଲଗାନ୍ତୁ। ପରେ ମୁଣ୍ଡକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏଭଳି କରିବା ଦ୍ୱାରା କେଶ କଳା ହୁଏ।

ରସୁଣ ଓ ନଡ଼ିଆ ତେଲ:

How to Make Garlic Infused Olive Oil (Good with Everything ...

୩-୪ଟି ରସୁଣକୁ ପେଷ୍ଟ କରି ସେଥିରେ ୨ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏହି ପ୍ୟାକ୍‌କୁ ଚୁଟିରେ ଲଗାଇ ୧୫-୨୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ। ପରେ ସାମ୍ପୁରେ ମୁଣ୍ଡ ସଫା କରନ୍ତୁ। ଏହି ପେଷ୍ଟ ବ୍ୟବହାର କଲେ ରୂପି ସମସ୍ୟା ସମେତ କେଶ ଝଡ଼ିବା ଓ ଧଳା ହେବା ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.