Below header

ସୁଶାନ୍ତଙ୍କ ମୃତ୍ୟୁର ଗୁମର ଖୋଲିଲା ସ୍ପିରିଟ୍‌ କଲ୍‌, ହତ୍ୟାକାରୀ ପୁରୁଷ ଓ ପିନ୍ଧିଥିଲା କଳା ରଙ୍ଗର ସାର୍ଟ!

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁକୁ ନେଇ ଉପୁଜିଥିବା ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଗୋଟେ ପଟେ ପୋଷ୍ଟମର୍ଟମ ରିପୋର୍ଟ ସୁଶାନ୍ତ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଅନ୍ୟପଟେ ଭାଇରାଲ ହୋଇଥିବା ଫଟୋରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ସୁଶାନ୍ତ ଏତେ ଖୁସ୍‌ ମିଜାଜର ହୋଇଥିବାରୁ ସେ ସୁଇସାଇଡ୍‌ କରିଥିବା ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ଏଣୁ ପୋଲିସ ତଦନ୍ତ ବ୍ୟତୀତ ନିଜେ ମଧ୍ୟ ଏହି ଅଡ଼ୁଆ ସୂତାକୁ ସଜାଡ଼ିବାକୁ ଚେଷ୍ଟା ଚଳାଇଛନ୍ତି।

ACTOR SUSHANT SINGH RAJPUT | Paranormal Research | ITC Wonderbox ...

ଏଥିପାଇଁ ଜଣେ ଫ୍ୟାନ୍‌ ପାରାନର୍ମାଲ ରିସର୍ଚ୍ଚ ବା ସ୍ପିରିଟ୍‌ କଲ୍‌ର ସାହାରା ନେଇଛନ୍ତି, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏହି ପାରାନର୍ମାଲ ରିସର୍ଚ୍ଚରେ ସୁଶାନ୍ତଙ୍କୁ ନେଇ ବହୁ ଖୁଲାସା ହୋଇଛି। ଭିଡିଓରେ କାସ୍‌ମେ ପାରାନର୍ମାଲ ଆଣ୍ଡ ଘୋଷ୍ଟ ହଣ୍ଟିଂ ସୋସାଇଟି ଅଫ୍‌ ଇଣ୍ଡିଆ-ୟୁକେ-ୟୁଏସ୍‌ଏର ଜଣେ ପ୍ରସିଦ୍ଧ ପାରାନର୍ମାଲ ଏକ୍ସପର୍ଟ ଶାନ୍‌ ଲାର୍ସନ୍‌ ଓ ଟ୍ରାସା ଲାର୍ସନଙ୍କ ସହ ସୁଶାନ୍ତ କଥାବାର୍ତ୍ତା କରିଥିବା କହୁଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: Dhotre Guruji Chief Arch Bishop Cosmo Paranormal

ଏନେଇ ଏକ୍ସପର୍ଟ କହିଛନ୍ତି ଯେ ସେ ସୁଶାନ୍ତଙ୍କ ଆତ୍ମାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଓ ସୁଶାନ୍ତ ନିଜେ ତାଙ୍କୁ କହିଛନ୍ତି ଯେ ସେ ନିଜକୁ ମାରିନାହାନ୍ତି। ଏହାର ଅର୍ଥ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏକ୍ସପର୍ଟ କହିଛନ୍ତି ଯେ ସେ କହିପାରିବେନାହିଁ ସୁଶାନ୍ତଙ୍କୁ କିଏ ମାରିଛି। ମାତ୍ର ହତ୍ୟାକାରୀ ଜଣେ ପୁରୁଷ ଓ ସେ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ ବୋଲି ସୁଶାନ୍ତଙ୍କ ଆତ୍ମା ତାଙ୍କୁ କହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଖୁବ୍‌ଶୀଘ୍ର ସତ କ’ଣ ତାହାର ପତ୍ତା ଲଗାଇବେ ଓ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.