ଏ ସବୁ କାମ କଲେ କରୋନା ରୋଗୀଙ୍କ ଶବରୁ ବ୍ୟାପିବ ନାହିଁ ସଂକ୍ରମଣ, PMO ଅଫିସକୁ ଫେସବୁକ୍ ଯୋଗେ ଜଣାଇଲେ କଟକର ମେଡିସିନ୍ ପ୍ରଫେସର୍

ସମଗ୍ର ବିଶ୍ବ ଏବେ କରୋନା ମହାମାରୀ କବଳରେ । ଏହାକୁ କିଭଳି ମୁକାବିଲା କରାଯିବ ସେ ସମ୍ପର୍କରେ କାହା ପାଖରେ ବି କୌଣସି ନିର୍ଦ୍ଦିଷ୍ଟ ଜ୍ଞାନ ନାହିଁ। ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ରଖୁଛି ଏହି ମହାମାରୀ ଉପରେ । ଅନେକ ଲୋକଙ୍କର ବୁଦ୍ଧି ବିବେକକୁ ମଧ୍ୟ ବିଭ୍ରାନ୍ତ କରିସାରିଲାଣି କରୋନା । ପରିବାରଠୁ ଆରମ୍ଭ କରି ଦେଶକୁ ଉଜାଡ଼ିବାକୁ ବସିଲାଣି ଏହି ଅଦୃଶ୍ୟ ଶତ୍ରୁ । ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି ଏହି ଭାଇରସ୍ । ଏମିତିକି କରୋନାରେ ମୃତ୍ୟୁ ହେଉଥିବା ଲୋକଙ୍କର ଶବ ଅଛୁଆଁ ହୋଇ ରହି ଯାଉଛି। ଯାହାକୁ ଲୋକମାନେ ଡାକ୍ତରଖାନାରୁ ଘରକୁ ନେଇପାରୁ ନାହାନ୍ତି କି ପରିବାର ଲୋକେ ଶେଷ ଦର୍ଶନ କରି ପାରୁନାହାନ୍ତି ।

corona-3ଯଦି ବି କାହାର ମୃତ୍ୟୁ ହେଉଛି ଗାଁ ଲୋକେ ଶବକୁ କାନ୍ଧ ଦେବାକୁ ଆସୁ ନାହାନ୍ତି । କେଉଁଠି ମୃତଦେହକୁ ଘୋଷାରି ଘୋଷାରି ନିଆଗଲାଣି ତ କେଉଁଠି ଜେସିବି ସାହାଯ୍ୟରେ ପୋତା ଯାଉଛି। ଏସବୁ କାରଣରୁ ଶବକୁ ମିଳୁ ନାହିଁ ଉପଯୁକ୍ତ ସମ୍ମାନର । ଯାହାର ବି ମୃତ୍ୟୁ ହେଉ ତାର ଶବକୁ ଅନ୍ତତଃ ଶେଷ ସମୟରେ ମର୍ଯ୍ୟାଦାର ସହ ସତ୍କାର କରାଯିବା ଉଚିତ। ହେଲେ କରୋନା ତାହା ବି କରାଇ ଦେଉନାହିଁ । ଲୋକେ ଭୟରେ ଶବ ପାଖ ମାଡୁ ନାହାନ୍ତି । ତେବେ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ଓଡ଼ିଶାର ଜଣେ ବରିଷ୍ଠ ଡାକ୍ତର । କୋଭିଡ୍‌କୁ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ କେନ୍ଦ୍ର ସରକାର ପରାମର୍ଶ ଆହ୍ଵାନ କରିଥିଲେ । ତା ପରେ ସେ କିଛି ମହତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

CUTTACK1ଏସବୁ ମଧ୍ଯରେ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କଟକର ଜଣେ ମେଡିସିନ୍ ପ୍ରଫେସର କାଶୀନାଥ ପଢିହାରୀ କରୋନା ରୋଗୀଙ୍କ ଶବକୁ କିପରି ପରିବାର ସଦସ୍ଯଙ୍କୁ ହସ୍ତାନ୍ତର କରାଯିବା ସହ ଉତ୍ତମ ରୂପେ ସତ୍କାର କରାଯାଇପାରିବ ସେ ବିଷୟରେ ଜଣାଇଛନ୍ତି। ଏନେଇ ପ୍ରଫେସର କାଶୀନାଥ ପଢିହାରୀ  PMO ଅଫିସକୁ ଫେସବୁକ୍ ଯୋଗେ କିପରି ସୂଚନା ଦେଇଛନ୍ତି।

corona-2-କରୋନା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଦେହକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ଉଚିତ। ଯେପରି ଅନ୍ୟ ନିର୍ଜୀବ ବସ୍ତୁମାନଙ୍କୁ କରାଯାଉଛି।

-ମୃତ ବ୍ୟକ୍ତିଙ୍କ ଉପରେ ଯେଉଁ ଢାଙ୍କୁଣୀ ଦିଆଯାଉଛି ତାକୁ ମଧ୍ୟ ବିଶୋଧନ କରାଯିବା ଦରକାର।

– ଦୁଇଥର ବିଶୋଧିତ କରିବା ପରେ ଶବଟି ଭୂତାଣୁ ଶୂନ୍ୟ ହୋଇଯିବ ଏବଂ ଯଦି ଭୂତାଣୁ ଦେହ ଭିତରେ ଥାଏ ତାହା ମଧ୍ୟ ଦେହ ବାହାରକୁ ଆସି ପାରିବ ନାହିଁ।

– ଶବ ନିଃଶ୍ବାସ ନେଉନଥିବାରୁ ବାୟୁକୁ ଭୂତାଣୁ ଯିବାର ପ୍ରଶ୍ନ ନାହିଁ। ଏହାପରେ ଶବକୁ ପରିବାର ଲୋକଙ୍କୁ ହସ୍ତାହର କରାଯାଇ ପାରିବ । ଆଉ ପୂର୍ବଭଳି ଶବ ସତ୍କାର କରାଯାଇପାରିବ।

ଏସବୁ ପ୍ରତି ଧ୍ୟାନ ରଖିଲେ ମୃତ କରୋନା ରୋଗୀଙ୍କ ଠାରୁ ସଂକ୍ରମଣର ଆଶଙ୍କା ରହିବ ନାହିଁ ।

Leave A Reply

Your email address will not be published.