ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା : ସଲମାନ, କରନ, ଏକତାଙ୍କ ସମେତ ଆଠ ଜଣଙ୍କ ନାମରେ କେସ୍‌ ରୁଜୁ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହାପରେ ନିର୍ମାତା ନିର୍ଦ୍ଦେଶକ କରନ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର ଏବଂ ଅଭିନେତା ସଲମାନ ଖାନ ସହିତ ଅନ୍ୟ ଆଠ ଜଣଙ୍କ ନାମରେ କେସ୍‌ ଫାଇଲ ହୋଇଛି। ଏହି ସମସ୍ତଙ୍କ ନାମରେ ବିହାରର ଜଣେ ଓକିଲ ସୁଧୀର ଓଝା କେସ୍‌ ଦାଖଲ କରିଛନ୍ତି।

sushnta

ମିଳିଥିବା ସୂଚନା ଅନୁସାରେ, ମୁଜଫରପୁରର ସିଜିଏମ୍ କୋର୍ଟରେ ସଲମାନ ଖାନଙ୍କ ବ୍ୟତୀତ କରନ୍ ଜୋହର, ଏକତା କପୁର, ସଞ୍ଜୟ ଲୀଲା ଭଁସାଲୀ, ଆଦିତ୍ୟ ଚୋପ୍ରା, ସାଜିଦ୍ ନାଡିୟାଓ୍ବାଲାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବାର ଅଭିଯୋଗ ରହିଛି। ସୁଧୀର ଏହି ସମସ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୬, ୧୦୯, ୫୦୪ ଏବଂ ୫୦୬ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କୋର୍ଟରେ ଶୁଣାଣି ୩ ଜୁଲାଇରେ ହେବ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ପ୍ଲାଟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଶୁଣିବା ପରେ ସମସ୍ତେ ହତବାକ ହୋଇଯାଇଥିଲେ। ତାଙ୍କ ପରିବାର ଲୋକ ମଧ୍ୟ ଦୁଃଖରେ ଭାଙ୍ଗିପଡିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି। ଏଥିପାଇଁ ବଲିଉଡରେ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ଉଠୁଛି। ଯାହାର ଖୁଲାସା ପରେ ହେବ। ବଲିଉଡର ଜଣେ ଜଣାଶୁଣା ଅଭିନେତା ଭାବରେ ସେ ପରିଚିତ। ନିଜର ଦମଦାର ଅଭିନୟ ଏବଂ କ୍ୟୁଟନେସ ଲୁକ ପାଇଁ ସେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ନିଜର କ୍ୟାରିୟର ଟିଭି ସିରିୟଲରୁ ଆରମ୍ଭ କରିଥଲେ। ‘ପବିତ୍ର ରିସ୍ତା’ ସିରିୟଲରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏହାପରେ ସେ ସିଧା ବଲିଉଡର ଫିଲ୍ମ ଜଗତରେ ନିଜ ଅଭିନୟର ଯାଦୁ ଦେଖାଇ ଥିଲେ। ଫିଲ୍ମ ‘କାଇ ପୋ ଛେ’ରେ ଲିଡ୍‌ ଆକ୍ଟର ଭାବେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.